Header ADS

ଚାଳକ ଦିବସ ଅବସରରେ ସୋମନାଥପୁର ସ୍ଥିତ ସିଆଇଟିୟୁ ଅଫିସ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।

 ଚାଳକ ଦିବସ ଅବସରରେ ସୋମନାଥପୁର ସ୍ଥିତ ସିଆଇଟିୟୁ ଅଫିସ ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।


ନୀଳଗିରି, ୧/୬(ଓଡ଼ିଶା ଆଦର୍ଶ):ଆଜି ହେଉଛି ଜାତୀୟ ଚାଳକ ଦିବସ। ଏହି ଅବସରରେ ଏଠାରୁ ମାତ୍ର ୩ କିମି ଦୂର, ସୋମନାଥପୁର ସ୍ଥିତ ସି ଆଇ ଟି ୟୁ ୟୁନିଅନ ଅଫିସ ରେ ପ୍ରଥମେ ଟ୍ୟାଙ୍କ୍ ଲ୍ୟାରୀ ୱାର୍କର୍ସ ୟୁନିଅନ୍ ର ସାଧାରଣ ସମ୍ପାଦକ ବିଜୟ କୁମାର ପାତ୍ର ଲାଲ ପତାକା ଉତ୍ତୋଳନ କରିଥିଲେ। ତାପରେ କାର୍ଯ୍ୟାଳୟ ରେ ଚାଳକ ଦିବସ ଉପରେ ଆଲୋଚନା କରାଯାଇଥିଲା। ଦେଶର ଚାଳକ ମାନେ ହେଉଛନ୍ତି ବିଶ୍ୱକର୍ମା। ଚାଳକ ମାନେ ଗାଡି ନ ଚଳାଇଲେ ଦେଶ ଚାଲିବ ନାହିଁ। କିନ୍ତୁ ସରକାର ସେମାନଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା କରୁ ନାହାଁନ୍ତି କି ସେମାନେ କିଭଳି ଭାବେ ଭବିଷ୍ୟତ ରେ ଶାନ୍ତି ରେ ରହିବେ ସେଥି ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି। ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଶ୍ରମିକ ବିରୋଧି ହେତୁ ଡ୍ରାଇଭରଙ୍କ ଉନ୍ନତି ହେଉ ନାହିଁ। ଆଗାମୀ ଦିନରେ ନିଜର ହକ୍ ପାଇଁ ଏକଜୁଟ ହୋଇ ଲଢେଇ କରିବା ପାଇଁ ଶପଥ ନେବାପାଇଁ ଶ୍ରୀ ପାତ୍ର ଡ୍ରାଇଭର ମାନଙ୍କୁ ଉଦବୋଧନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସେକ୍ ମୋବାରକ, ଗୌରାଙ୍ଗ ଖିଲାର, ନିତ୍ୟାନନ୍ଦ ମଲ୍ଲିକ, ସେକ୍ ଜାନୁ, ଶମ୍ଭୁନାଥ ନାୟକ ଙ୍କ ସମେତ ସଂଘ ର ବହୁ ସାଥୀ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS