ଦଶମବୋର୍ଡରେ ଅଭିଲିପ୍ସା ଓ ସ୍ଵର୍ଣ୍ଣମୟୀ ନୀଳଗିରି ବ୍ଲକ୍ ଯୁଗ୍ମଟପ୍ପର।
ନୀଳଗିରି ,୨/୫(ଓଡ଼ିଶା ଆଦର୍ଶ):ପ୍ରକାଶ ପାଇଛି ଚଳିତବର୍ଷର ଦଶମ ବୋର୍ଡପରୀକ୍ଷା ରେଜଲ୍ଟ। ତେବେ ଚଳିତବର୍ଷ ମଧ୍ୟ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ରେଜଲ୍ଟ କରି ସଫଳତା ଅର୍ଜନ କରିଛନ୍ତି। ଚଳିତବୋର୍ଡ ପରୀକ୍ଷାରେ ୧୯୭୨ଜଣ ପଞ୍ଜିକରଣ କରିଥିବାବେଳେ ୧୯୩୫ଜଣ ନୀଳଗିରି ବ୍ଲକରେ ପରୀକ୍ଷା ଦେଇଥିଲେ। ୩୭ଜଣ ଅନୁପସ୍ଥିତ ରହିଥିଲେ। ତେବେ ନୀଳଗିରି ବ୍ଲକ୍ ରେ ଏ ୧ ଗ୍ରେଡରେ ୯ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ନୀଳଗିରି ପିଏମଶ୍ରୀ କୈଳାସ ଚନ୍ଦ୍ର ସରକାରୀ ହାଇସ୍କୁଲରୁ ସର୍ବାଧିକ୪ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ ୩ଜଣ ଛାତ୍ରୀ ଏବଂ ଜଣେ ଛାତ୍ର ଏ୧ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉକ୍ତ ହାଇସ୍କୁଲ ଛାତ୍ରୀ ଅଭିଲିପ୍ସା ଶତପଥୀ ୫୫୩, ଆଲିଶା ନାୟକ ୫୪୬, ଦେବସ୍ମିତା ଦଳେଇ ୫୪୦, ମନଲିତ୍ କୁମାର ସିଂ ୫୪୦ନମ୍ବର ରଖି ବିଦ୍ୟାଳୟର ସୁନାମ ରଖିଛନ୍ତି। ସେହିପରି ମିତ୍ରପୁର ଚାଚାଜି ହାଇସ୍କୁଲର ଅଭିଜିତ ସାହୁ ୫୫୦, ସଜନାଗଡ ଚଣ୍ଡି ହାଇସ୍କୁଲର ଭକ୍ତିମୟୀ ମହାନ୍ତି ୫୪୦, ପିଏମଶ୍ରୀ ଅଯୋଧ୍ୟା ହାଇସ୍କୁଲର ଦିପାଂଶୁ ନାୟକ୫୪୦, କେନ୍ଦୁଖୁଣ୍ଟା ବିଷ୍ଣୁପ୍ରିୟା ହାଇସ୍କୁଲର ଛାତ୍ରୀ ସ୍ଵର୍ଣ୍ଣମୟୀ ଦେ ୫୫୩ ଏବଂ ବରହମପୁର ଦୀନବନ୍ଧୁ ହାଇସ୍କୁଲ ଛାତ୍ରୀ ଦିପ୍ତିମୟୀ ବେହେରା ୫୪୦ନମ୍ବର ରଖି ଏ ୧ଗ୍ରେଡରେ ଉତ୍ତୀର୍ଣ୍ଣହୋଇ ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି। ତେବେ ପୋଡ଼ାଶୂଳ ଜଡ଼ିଦା ଶାସନର ପରମେଶ୍ବର ଶତପଥୀଙ୍କ ଝିଅ ଅଭିଲିପ୍ସା ଶତପଥୀ ଏବଂ କେନ୍ଦୁଖୁଣ୍ଟା ଗ୍ରାମର ଜୀବନ କୁମାର ଦେଙ୍କ ସୁପୁତ୍ରି ସ୍ଵର୍ଣ୍ଣମୟୀ ଦେ ଉଭୟ ୫୫୩ନଂ ରଖି ଯୁଗ୍ମଟପ୍ପର ହୋଇଛନ୍ତି।



إرسال تعليق