ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନା ମାଧ୍ୟମରେ କୃଷି ଯନ୍ତ୍ର ପାତି ଓ ଯୁବ ଉଦ୍ୟଗୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ନୀଳଗିରୀ,୨/୫(ଓଡ଼ିଶା ଆଦର୍ଶ):ଅଦ୍ୟ ଦିବା ଘ ୧୧ଟୀକା ସମୟରେ ସ୍ଥାନୀୟ ଏନ୍. ଏ. ସି. କଲ୍ୟାଣ ମଣ୍ଡପ ଠାରେ ମୁଖ୍ଯମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନା ମାଧ୍ୟମରେ ଜନଜାତି ବର୍ଗର ଚାଷୀମାନଙ୍କୁ କୃଷି ଯନ୍ତ୍ର ପାତି ଓ କ୍ଷୁଦ୍ର ଯୁବ ଉଦ୍ୟୋଗୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଅଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ,ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ ମାର୍ଣ୍ଡି, ଉପାଧ୍ୟକ୍ଷା ଶ୍ରୀମତୀ ଝରଣା ସିଂ,ଏନ୍. ଏ. ସି..କାର୍ଯ୍ୟ ନିର୍ବାହୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରକଳ୍ପ ପ୍ରଶାସିକା ତଥା ବାଲେଶ୍ଵର ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ (କାର୍ଯ୍ୟ ନିର୍ବାହୀ) ଅଧିକାରୀ ଡ. ମଧୁସ୍ମିତା ସାମନ୍ତରାୟ ଅତିଥି ମାନଙ୍କ ପରିଚୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଜଗନ୍ନାଥଙ୍କ ଫୋଟ ଚିତ୍ର ନିକଟରେ ଧୂପ ଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିଥିଲେ।ଏଥିରେ ପ୍ରକଳ୍ପ ପ୍ରଶାସିକା ଡ.ସାମନ୍ତରାୟ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ପରେ ପରେ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ସମସ୍ତ ଅତିଥି ଗଣ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଚାଷୀ ମାନଙ୍କୁ ଜଳ ସେଚନ ସୁବିଧା ପମ୍ପସେଟ୍,ଫସଲ ସୁରକ୍ଷା ପାଇଁ ବ୍ୟାଟେରୀ ଚଳିତ ସିଞ୍ଚନ ଯନ୍ତ୍ର ଯୋଗାଇ ଦେବା ସହ ଯୁବ ବର୍ଗର କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଥିବା ସଂପର୍କରେ ଅବଗତ କରିଥିଲେ। ବାଲେଶ୍ଵର ଜିଲ୍ଲାର ନୀଳଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ବର୍ଗର ଜନଜାତିର ଯୋଗ୍ୟ ହିତାଧିକାରୀଙ୍କୁ କୃଷି କ୍ଷେତ୍ରରେ ମୋଟ ୫୦ ଜଣଙ୍କୁଜଳ ସେଚନ ସୁବିଧା ପାଇଁ ପମ୍ପ ସେଟ୍, ୧୮୮ ଜଣଙ୍କୁ ବ୍ୟାଟେରୀ ଚଳିତ ସିଞ୍ଚନ ଯନ୍ତ୍ର ବଣ୍ଟନ କରିବା ସହିତ ଦରଜୀ କାର୍ଯ୍ୟ,ୱେଲ୍ଡିଙ୍ଗ,ତେଜରାତି ସାମଗ୍ରୀ ଦୋକାନ, ଲେଡିଜ୍ କର୍ନର,ରାଜମିସ୍ତ୍ରୀ(କୋଠାବାଡ଼ି)କାର୍ଯ୍ୟ,ଗ୍ୟାରେଜ ଆଦି ବିଭିନ୍ନ କାର୍ଯ୍ୟ ପାଇଁ ୧୨ଜଣ ହିତାଧିକାରୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଅଛି।ଶେଷରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରକଳ୍ପ ପ୍ରଶାସିକା ତଥା ବାଲେଶ୍ଵର ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଡ.ସାମନ୍ତରାୟ ସମସ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।





Post a Comment