Header ADS

ହୃଦଘାତରେ ବ୍ଯବସାୟୀଙ୍କ ମୃତ୍ୟୁ, ଶେଷଦର୍ଶନ କଲେ ବହୁ ବିଶିଷ୍ଟବ୍ୟକ୍ତି।

 ହୃଦଘାତରେ ବ୍ଯବସାୟୀଙ୍କ ମୃତ୍ୟୁ, ଶେଷଦର୍ଶନ କଲେ ବହୁ ବିଶିଷ୍ଟବ୍ୟକ୍ତି।


ନୀଳଗିରି , ୩୦/୪ (ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଗରଡିହି ପଞ୍ଚାୟତ କଳାକାଦ ଗ୍ରାମର ଜୈନିକ ବ୍ଯବସାୟୀଙ୍କ ହୃଦଘାତରେ ମୃତ୍ୟୁବରଣ କରିଥିବାରୁ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ମୃତ ବ୍ଯବସାୟୀ ଜଣକ ହେଲେ କଳାକାଦ ଗ୍ରାମର ବାନାମ୍ବର ସ (୫୬) l ବୁଧବାର ସନ୍ଧ୍ୟାପ୍ରାୟ ୮.୩୦ସମୟରେ ବାନାମ୍ବର ସ ନିଜ ଘରେ ଥିବାବେଳେ ଛାତିରେ ଯନ୍ତଣା ଅନୁଭବ କରିବାରୁ ସଙ୍ଗେସଙ୍ଗେ ପରିବାର ଲୋକେ ନୀଳଗିରି ଉପଖଣ୍ଡ ହସ୍ପିଟାଲକୁ ଆଣିଥିଲେ। ମାତ୍ର ମେଡିକାଲରେ ପହଞ୍ଚିବାପରେ ଡାକ୍ତର ମୃତଘୋଷଣା କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁଅ, ଦୁଇଝିଅ ଉପସ୍ଥିତ ଥିଲେ। ସେ ଜଣେ ଅମାୟିକ, ପରୋପକାରୀ ଲୋକଥିବାରୁ ତାଙ୍କ ମୃତ୍ୟୁଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ତାଙ୍କ ମରଶରୀରକୁ ଅଣାଯାଇ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ପୁଅ ମୁଖାଗ୍ନି ଦେଇଥିଲେ। ଏନେଇ ଗୁରୁବାର ସକାଳେ କଳାକାଦ ମା' ଜୟଦୁର୍ଗା ବଣିକସଂଘ ପକ୍ଷରୁ ଦୁଇ ଘଣ୍ଟିଆ ଦୋକାନ ବନ୍ଦକରି ଶୋକ ପାଳିଥିଲେ। ଏହି ଶୋକସଭାରେ ବଣିକ ସଂଘର ସଭାପତି ଗୋପବନ୍ଧୁ ବିଶ୍ୱାଳ, ସମ୍ପାଦକ ଚୈତନ୍ୟ ନାୟକ, ମନୋରଞ୍ଜନ ସାହୁ ତ୍ରିଲୋଚନ ବେହେରା, ସଞ୍ଜୟ ଜେନା, ମଳୟ ବେହେରା, ରତ୍ନାକର ମହାନ୍ତି, ସୁଶାନ୍ତ ବେହେରା, ନୀର ବାରିକ, ବାବୁ ବାରିକ, ରମେଶ ନାୟକଙ୍କ ସମେତ ବହୁ ବ୍ୟବସାୟୀ ଉପସ୍ଥିତ ରହି ଅମରଆତ୍ମାର ସଦଗତି କାମନା କରିଥିଲେ।

Post a Comment

أحدث أقدم
Header ADS