Header ADS

୪୦ବର୍ଷର ଶିକ୍ଷକତା ଜୀବନର ଅବ୍ୟାହତ। ଅବସର ନେଲେ ଯଜ୍ଞେଶ୍ଵର ସାର।

 ୪୦ବର୍ଷର ଶିକ୍ଷକତା ଜୀବନର ଅବ୍ୟାହତ। ଅବସର ନେଲେ ଯଜ୍ଞେଶ୍ଵର ସାର।


ନୀଳଗିରି ,୩୦/୪(ଓଡ଼ିଶା ଆଦର୍ଶ):ଦୀର୍ଘ ୪୦ବର୍ଷର ଶିକ୍ଷକତା ଜୀବନ ଅତିବାହିତ କରି ଛାତ୍ରଛାତ୍ରୀ,ଅଭିଭାବକ, ସହକର୍ମୀଙ୍କ ପ୍ରୀୟଭାଜନ ହୋଇ ସ୍ନେହ,ଶ୍ରଦ୍ଧା ସାଉଁଟିଥିବା ନରଣପୁର ଉଚ୍ଚବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଯଜ୍ଞେଶ୍ଵର ବେହେରା ଅପ୍ରେଲ ୩୦ତାରିଖ କର୍ମମୟ ଜୀବନରୁ ଅବସର ନେଇଛନ୍ତି। ୧୯୮୬ମସିହା ସେପ୍ଟେମ୍ବର ୧ତାରିଖ ଉକ୍ତ ବିଦ୍ୟାଳୟରେ ଜଣେ ଗଣିତଶିକ୍ଷକ ଭାବେ ମାତ୍ର୨୧ବର୍ଷ ବୟସରେ ଯୋଗଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ସମବୟସ୍କ ଥିବାରୁ ଅତିସହଜରେ ଆତ୍ମୀୟତା ପାଇପାରିବା ଫଳରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ। ଅବସର ସମୟର ୨ବର୍ଷ ପୂର୍ବରୁ ପ୍ରଧାନଶିକ୍ଷକ ଭାବେ ଦାୟିତ୍ଵନେବା ପରେ ବିଦ୍ୟାଳୟର ଅଧିକାଂଶ ଉନ୍ନତିମୂଳକ କାର୍ଯ୍ୟକରିବାରେ ସଫଳ ହୋଇଥିଲେ।ଦୀର୍ଘ ୪ଦଶନ୍ଧିର ଶିକ୍ଷକତା ପରେ ୩୦ତାରିଖ ଗୁରୁବାର ଅବସର ନେଇଥିଲେ। ଏହି ଉପଲକ୍ଷେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ, ଆଲୁମିନିକମିଟି, ପରିଚାଳନା କମିଟି, ସ୍ଵଂୟସହାୟିକା ଗୋଷ୍ଠୀ, ଉପଦେଷ୍ଟା କମିଟି ତରଫରୁ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଇଥିଲା। ପରିଚାଳନା କମିଟିର ସଦସ୍ୟ ଅଶ୍ଵିନୀ କୁମାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ କମିଟିର ପୂର୍ବତନ ସଦସ୍ୟ ଅଜୟ କୁମାର ପରିଡ଼ା, ଅତିଥିଶିକ୍ଷକ ନରେନ୍ଦ୍ରନାଥ ବାରିକ, ଅକ୍ଷୟ କୁମାର ବେହେରା, ଶିକ୍ଷୟତ୍ରୀ ପ୍ରତିଭାରାଣୀ ଦାସ,ପ୍ରଫୁଲ୍ଲ କୁମାର ସାହୁ, କରୁଣାକର ଭୂୟାଁ, ଯୋଗେନ୍ଦ୍ର ରାଉତ, ଉପଦେଷ୍ଟା କମିଟିର ବିଭୂତି ଭୂଷଣ ବେହେରା, ରତିକାନ୍ତ ପରିଡା, ଜଚିନ୍ଦ୍ର ବେହେରା, ଆଲୁମିନି କମିଟି ସଦସ୍ୟ ପ୍ରଦୀପ ଭୂୟାଁ, ଅକ୍ଷୟ କୁମାର ଦାସ, ପ୍ରଶାନ୍ତ କୁମାର ସାହୁ, ଶ୍ରୀକାନ୍ତ ମଣ୍ଡଳ, ଉଚ୍ଚପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କସମେତ ବହୁ ଅଭିଭାବକ, ଅଭିଭାବିକା, ବୁଦ୍ଧିଜୀବୀ ଉପସ୍ଥିତରହି ପ୍ରାକ୍ତନ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଯଜ୍ଞେଶ୍ଵର ବେହେରାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଶ୍ରୀଯୁକ୍ତ ବେହେରା ଜଣେ ଛାତ୍ରବତ୍ସଳ,ସମୟାନୁବର୍ତ୍ତି, ଅମାୟିକ, ନିଷ୍କଳଙ୍କ ଶିକ୍ଷକ ଭାବରେ ଅଞ୍ଚଳରେ ବେଶ୍ ସୁନାମଅର୍ଜନ କରିଥିବାରୁ ତାଙ୍କ ଅବସରକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଗ୍ରାମବାସୀ ତଥା ଛାତ୍ରଛାତ୍ରୀ। ଶେଷରେ ଏକ ଭାବପୂର୍ଣ୍ଣ ପରିବେଶରେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଦାୟ ଦେଇଥିଲେ। ତେବେ କର୍ମମୟ ଜୀବନରୁ ଅବସର ନେଇଥିଲେ ହେଁ ସେ ଆଗାମୀ ଦିନମାନଙ୍କରେ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ଯଥାସାଧ୍ୟ ସହଯୋଗ ଜାରିରହିବ ବୋଲି କହିଥିଲେ।

Post a Comment

Previous Post Next Post
Header ADS