Header ADS

ଅଗ୍ନିବିପନ୍ନ ପରିବାରବର୍ଗଙ୍କୁ ଭେଟିଲେ ବିଧାୟକ ଓ ପୂର୍ବତନବିଧାୟକ।

 ଅଗ୍ନିବିପନ୍ନ ପରିବାରବର୍ଗଙ୍କୁ ଭେଟିଲେ ବିଧାୟକ ଓ ପୂର୍ବତନ ବିଧାୟକ।


ନୀଳଗିରି ,୨୮/୪(ଓଡ଼ିଶା ଆଦର୍ଶ):ନୀଳଗିରି ଥାନା ଅଧୀନ ଭାଲୁକାଶୁଣୀ ଗ୍ରାମର ସ୍ବର୍ଗତ ରବୀନ୍ଦ୍ର ସିଂଙ୍କ ପତ୍ନୀ ବୀଣାପାଣି ଓ ପୁଅ ଆଲନ ସିଂଙ୍କ ଘରେ ସୋମବାର ମଧ୍ୟାହ୍ନ ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ପୁଅ ଆଲାନ ପରିବାର ସହ ଖାଉଥିବା ସମୟରେ ହଠାତ ଚାଳରୁ ଧୂଆଁ ବାହାରୁଥିବା ଦେଖି ପଡୋଶୀ ଅବଗତ କରିଥିଲେ।ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରକୋପ ଅତ୍ୟଧିକ ଥିବା କାରଣରୁ ନିଆଁକୁ ସ୍ଥାନୀୟ ଲୋକେ ଆୟତ୍ତ କରିପାରିନଥିଲେ।ଖବରପାଇ ନୀଳଗିରି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତକରିବା ବେଳକୁ ଚାରିବଖରା ଘର ଓ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡିଜଳି ପାଉଁଶ ହୋଇଯାଇଥିଲା।ନିଆଁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସରକାରୀ ସହାୟତା ଯୋଗାଇଦେବାକୁ ପରିବାରବର୍ଗ ଅନୁରୋଧ କରିଥିଲେ। ଆଜି ସକାଳେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଅଗ୍ନିବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିଥିବା ବେଳେ ଯଥାଶୀଘ୍ର ସରକାରୀ ନିୟମ ଅନୁଯାୟୀ ସହାୟତାରାଶି ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇଦେବା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅନୁରୂପ ଭାବେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ବିଜେଡ଼ି ଲୋକସଭା ପ୍ରାର୍ଥୀନୀ ତଥା ବରିଷ୍ଠନେତ୍ରୀ ଲେଖାଶ୍ରି ସାମନ୍ତ ସିଂହାର, ଗଙ୍ଗାଧର ମିଶ୍ର, ଉପେନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ବାଗ, ନାରାୟଣ ବେହେରା, ରବୀନ୍ଦ୍ର ମହାଳିକ ପ୍ରମୁଖ ବିପନ୍ନ ପରିବାରକୁ ଭେଟି ସହାନୁଭୂତି ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି।

Post a Comment

أحدث أقدم
Header ADS