ପୁଣି ମିତ୍ରପୁର-ଅଯୋଧ୍ୟା ରାସ୍ତାର ପାଟଣା ଛକରେ ଚିନ୍ତାଇ।
୩ ଦୁର୍ବୁତ୍ତ କାବୁ କରି ପୋଲିସ କୁ ଜିମା ଦେଲେ ଗ୍ରାମବାସୀ।
ନୀଳଗିରି,୩୦।୩ (ଓଡ଼ିଶା ଆଦର୍ଶ): ମିତ୍ରପୁର-ଅଯୋଧ୍ୟା ରାସ୍ତାରେ୧୫ଦିନ ମଧ୍ୟରେ୪ଥର ଚିନ୍ତାଇ ହୋଇଛି।ଉକ୍ତ ରାସ୍ତାରେ ଦିନକୁ ଦିନ ଚୋରି, ଡକାୟତି, ଛିନ୍ତାଇ ଭଳି ଅପରାଧ ବୃଦ୍ଧି ପାଉଥିଲା ବେଳେ ଆଜି ରାତି ପ୍ରାୟ ୮.୪୫ମିନିଟଟା ସମୟରେ ନୀଳଗିରି ବ୍ଲକ୍ ମିତ୍ରପୁର- ଅଯୋଧ୍ୟା ରାସ୍ତାର ପାଟଣା ସ୍କୁଲ ଛକ ନିକଟରେ ରାସ୍ତାରେ ଲୁଟ୍ର ଶିକାର ହୋଇଛନ୍ତି ବଣିଆ ଗାଁ ଗ୍ରାମର କଣା ସିଂ(୨୨)। ସେ ଚାଲିଚାଲି ଯାଉଥିବା ବେଳେ ମିତ୍ରପୁର ପଟରୁ ଦ୍ରୁତ ବେଗରେ ଏକ ବାଇକ୍ ଆସି କଣାଙ୍କ ପାଖରେ ଅଟକିଥିଲା | ଦୁର୍ବୃତ୍ତମାନେ ତପନଙ୍କ ବେକରେ ତେଲେଙ୍ଗା କଟୁରୀ ଲଗାଇ ଭୟଭୀତ କରିବା ସହ ତାଙ୍କ ମୋବାଇଲ୍ ଧରି ମିତ୍ରପୁର ରାସ୍ତାରେ ଫେରାର ହୋଇଯାଇଥିଲା ବେଳେ ଗାଡି ଚଳାକ ପଡିଯାଇଥିଲେ।ଏହି ସମୟ ରେ କଣା ପାଟି କରିବା ସହିତ ଗାଡିଚାଳକ କାବୁ କରି ନେଇଥିଲେ।ଗ୍ରାମର ଯୁବକ ମାନେ ପହଞ୍ଚି ଯିବାରୁ ତେଲେଙ୍ଗାକାଟୁରି ଧରିଥିବା ଯୁବକ ଜଣକ ଜଙ୍ଗଲ ଆଡ଼କୁ ପଳାଯାଇଥିଲେ।ଅନ୍ୟ ଜଣେ ଯୁବ ବଣିଆଗାଁ ଗ୍ରାମକୁ ଦୌଡୁ ଥିବା ବେଳେ ଗ୍ରାମର ଯୁବକ ମାନେ କାବୁ କରି ଥିଲେ।ଖବର ପାଇ ନୀଳଗିରି ଥାନାର ଏଏସଆଇ ଜିତେନ୍ଦ୍ର ଦାସ ସଦଳେବଳେ ପହଁଚି ବାରୁ ୨ଦୁର୍ବୁତ୍ତ କୁ ଗ୍ରାମବାସୀ ମାନେ ପୋଲିସ ଜିମା ଦେଇଥିଲେ।ପୋଲିସ୨ଅଭିଯୁକ୍ତ ଙ୍କୁ ଥାନା କୁ ନେଇଛି।ଅପର ପକ୍ଷରେ ତେଲେଙ୍ଗାକଟୁରି ଫେରାର ହୋଇଥିବା ଦୁର୍ବୁତ୍ତ ଜଣଙ୍କୁ ସିଙ୍ଗିରି ଗ୍ରାମବାସୀ ଅଟକ ରଖିବା ସହିତ ଦୁର୍ବୁତ୍ତ ନିକଟତେଲେଙ୍ଗାକଟୁରି ଉଦ୍ଧାର ହୋଇଛି।ଉକ୍ତ ରାସ୍ତାରେ ୧୫ଦିନ ଭିତରେ ୪ର୍ଥ ଥର ଚିନ୍ତାଇ ହେଲାଣି କିନ୍ତୁ ପୋଲିସ ପକ୍ଷରୁ କାର୍ଯ୍ୟ ନୁଷ୍ଠା ଶୁନକୁ ନେଇ ଗ୍ରାମରେଉକ୍ତ ରାସ୍ତାରେ ସନ୍ଧ୍ୟାହେଲେ ଜନସାଧାରଣ ଯିବାକୁ ଡ଼ରୁଥିବା ବେଳେ ପୋଲିସ କାହିଁକି ଯେ ପ୍ରେଟ୍ରୋଲିଂ କରୁନାହିଁ ତାହା ସାଧାରଣ ସନ୍ଧେହ ସୃଷ୍ଟି କରିଛି।ତେଲେଙ୍ଗା କଟୁରୀ ଧରି ଫେରାର ହୋଇଥିବା ଅନ୍ୟ ଦୁଇ ଦୁର୍ବୁତ୍ତଙ୍କୁ ସିଙ୍ଗିରି ଗ୍ରାମବାସୀ ଅଟକ ରଖିବା ସହିତ ଦୁର୍ବୁତ୍ତ ନିକଟତେଲେଙ୍ଗାକଟୁରି ଉଦ୍ଧାର ହୋଇଛି।ଉକ୍ତ ରାସ୍ତାରେ ୧୫ଦିନ ଭିତରେ ୪ର୍ଥ ଥର ଚିନ୍ତାଇ ହେଲାଣି କିନ୍ତୁ ପୋଲିସ ପକ୍ଷରୁ କାର୍ଯ୍ୟ ନୁଷ୍ଠା ଶୁନକୁ ନେଇ ଗ୍ରାମରେଉକ୍ତ ରାସ୍ତାରେ ସନ୍ଧ୍ୟାହେଲେ ଜନସାଧାରଣ ଯିବାକୁ ଡ଼ରୁଥିବା ବେଳେ ପୋଲିସ କାହିଁକି ଯେ ପ୍ରେଟ୍ରୋଲିଂ କରୁନାହିଁ ତାହା ସାଧାରଣ ସନ୍ଧେହ ସୃଷ୍ଟି କରିଛି।



Post a Comment