Header ADS

ଅମ୍ବିକା ପୁର ଧାନମଣ୍ଡି ରେ ଧାନ କିଣିବା ଦାବୀ ନେଇ ରାସ୍ତାରୋକ।

 ଅମ୍ବିକା ପୁର ଧାନମଣ୍ଡି ରେ ଧାନ କିଣିବା ଦାବୀ ନେଇ ରାସ୍ତାରୋକ।



ନୀଳଗିରି,୨୦/୩(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକ, ନରସିଂହପୁର ପଞ୍ଚାୟତ ଅଧିନସ୍ଥ ଅମ୍ବିକାପୁର ଧାନ ମଣ୍ଡି ରେ ଧାନ କିଣିବା ଦାବୀ ନେଇ ଆଜି ସକାଳ ଆଠ ଘଟିକା ରୁ ରାସ୍ତାରୋକ ଆରମ୍ଭ ହୋଇ ଦିନ ବାର ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ପ୍ରଶାସନ ତରଫରୁ ଏଆରସିଏସ, ଏସିଏସଓ, ଏମଆଇ ଓ ନୀଳଗିରି ଆଇ ଆଇ ସି ଗୋବର୍ଦ୍ଧନ ନାୟକ ଉପସ୍ଥିତ ରହି ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିଥିଲେ। ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ଟୋକନ ଧାରୀ ଙ୍କ ଠାରୁ ଧାନ କିଣିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କ୍ରମ ରେ ବିଶିଷ୍ଟ ଶ୍ରମିକ ନେତା ବିଜୟ କୁମାର ପାତ୍ର, କୃଷକ ନେତା ଉଗ୍ରସେନ ଦାସ, କୈଳାଶ ବାରିକ, ଭାଗବାନ ମହାନ୍ତି, ସରୋଜ କୁମାର ବେହେରା, ଚନ୍ଦନ ପୃଷ୍ଟି, ସନାତନ ବିଶ୍ଵାଳ, ଦାମୋଦର ପଣ୍ଡା ସନାତନ ଜେନା, ଗୋବର୍ଦ୍ଧନ ଗିରିଧାରୀ ମହାପାତ୍ର, ମନୋରଞ୍ଜନ ସିଂ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନ କୁ ସଫଳ କରାଇବାରେ ସହଯୋଗ କରିଥିଲେ। ଟୋକନ ଧାରୀ ଚାଷୀ ମାନେ ଦୀର୍ଘ ପାଞ୍ଚ ଦିନ ଧରି ମଣ୍ଡି ରେ ଧାନ ପକାଇ ଛନ୍ତି। ଦୁଇ ଦିନ ହେଲା ଅଦିନିଆ ବର୍ଷା ଫଳରେ ମଣ୍ଡି ରେ ଧାନ ଗଜା ହେଲାଣି। ଯାହାକି ଚାଷୀ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟ ପକ୍ଷରେ ପ୍ରଶାସନ ର ପ୍ରତିଶୃତି ଅନୁଯାୟୀ କେତେ ଶୀଘ୍ର ଚାଷୀ ଙ୍କ ଠାରୁ ଧାନ କିଣା ଯାଉଛି, ତାହା ଦେଖିବାକୁ ବାକି ରହିଲା।

Post a Comment

أحدث أقدم
Header ADS