Header ADS

କୁଲଡିହା ଅଭୟାରଣ୍ୟ ରେ ଓରିଏଣ୍ଟାଲ ପାଇଡ୍ ହର୍ଣ୍ଣବିଲ ପକ୍ଷୀ ଠାବ

 କୁଲଡିହା ଅଭୟାରଣ୍ୟ ରେ ଓରିଏଣ୍ଟାଲ ପାଇଡ୍ ହର୍ଣ୍ଣବିଲ ପକ୍ଷୀ ଠାବ 


ନୀଳଗିରି,୧୮/୩(ଓଡ଼ିଶା ଆଦର୍ଶ):ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟ ରେ ପ୍ରଥମ ଥର ପାଇଁ ଗ୍ରୀଷ୍ମକାଳୀନ ପକ୍ଷୀ ଗଣନା ସମୟରେ ପ୍ରଥମ ଥର ପାଇଁ ଓରିଏଣ୍ଟାଲ ପାଇଡ୍ ହର୍ନବିଲ (Oriental Pied Hornbill) ଦେଖା ହେବା ଜଙ୍ଗଲ ପ୍ରେମୀ ଓ ପରିବେଶବିଦ୍‌ ମାନ ଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ସମ୍ପ୍ରତି ଗ୍ରୀଷ୍ମକାଳୀନ ପକ୍ଷୀ ସର୍ଭେ ସମୟରେ ଏହି ଦୁର୍ଲଭ ପକ୍ଷୀକୁ ଜଙ୍ଗଲ ଅଞ୍ଚଳର ଘନ ଅରଣ୍ୟ ମଧ୍ୟରେ ଦେଖାଯାଇଥିଲା। ଯାହା ସାଧାରଣତଃ ଏହି ପ୍ରଜାତି ପୂର୍ବ ଓ ଉତ୍ତର-ପୂର୍ବ ଭାରତର ଅରଣ୍ୟ ଅଞ୍ଚଳରେ ଦେଖାଯାଏ, କିନ୍ତୁ କୁଲଡିହାରେ ଏହାର ଉପସ୍ଥିତି ପ୍ରଥମ ଥିବାରୁ ଏହା ଜୈବ ବିବିଧତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ। ନୀଳଗିରିର ପରିବେଶବିତ୍ ମନୋରଞ୍ଜନ ଦାସ ବୁଧବାର ଏହି ପକ୍ଷୀଟି ଗଛରେ ବସି ରାବ କରୁଥିବା ବେଳେ ପ୍ରଥମ ଥର ପାଇଁ କୁଲଡ଼ିହା ଅଭୟାରଣ୍ୟରେ ଦେଖାଯାଇଥିଲା। ପକ୍ଷୀ ଅନୁସନ୍ଧାନକାରୀ ମାନେ କହିଛନ୍ତି ଯେ, ଏହି ଅଭୟାରଣ୍ୟର ପ୍ରାକୃତିକ ପରିବେଶ, ଖାଦ୍ୟ ଉପଲବ୍ଧତା ଓ ସୁରକ୍ଷିତ ଆବାସ ସୃଷ୍ଟି ହେବାରୁ ଏହି ପକ୍ଷୀ ଏଠାରେ ଆକର୍ଷିତ ହୋଇ ଥାଇପାରେ। ହର୍ଣ୍ଣବିଲ ପକ୍ଷୀମାନେ ଜଙ୍ଗଲ ପୁନରୁତ୍ପାଦନ ରେ ସାହାଯ୍ୟ କରନ୍ତି। ଏହି ଆବିଷ୍କାର କୁଲଡିହା ଅଭୟାରଣ୍ୟର ପରିବେଶ ସୁସ୍ଥତା ଓ ସଂରକ୍ଷଣ ପ୍ରୟାସର ସଫଳତାକୁ ପ୍ରମାଣ କରୁଛି। ବନ ବିଭାଗ ଆଗାମୀ ଦିନରେ ଏହି ପ୍ରଜାତିର ନିୟମିତ ନିରୀକ୍ଷଣ ଓ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନେବାକୁ ପଡିବ।

Post a Comment

Previous Post Next Post
Header ADS