Header ADS

ପଞ୍ଜିକୃତ ଚାଷୀ ଙ୍କ ଧାନ ଉଠା ଯିବାକୁ ନେଇ ଉପ ଜିଲ୍ଲା ପାଳଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ, ନୀଳଗିରି l ନୀଳଗିରି: ୨୩ /୦୨ :-

 ପଞ୍ଜିକୃତ ଚାଷୀ ଙ୍କ ଧାନ ଉଠା ଯିବାକୁ ନେଇ ଉପ ଜିଲ୍ଲା ପାଳଙ୍କୁ ଚିଠି ଲେଖିଲେ ପୂର୍ବତନ ବିଧାୟକ, ନୀଳଗିରି l


ନୀଳଗିରି:୨୩ /୨(ଓଡ଼ିଶା ଆଦର୍ଶ):ସୋମବାର ଅପରାହ୍ନ ଏକ. ଘଟିକା ପର୍ଯ୍ୟନ୍ତ ମିଳିଥିବା ସୂଚନାରୁ ଯାହା ନୀଳଗିରି ପୂର୍ବତନ ବିଧାୟକ ସୁକାନ୍ତ ନାୟକ ଲିଖିତ ଭାବେଜଣାଇ ଛନ୍ତି l ନୀଳଗିରି ଲ୍ୟାମ୍ପସେସସ ରେ ମୋଟ ୩୫୬୨ଚାଷୀ ପଞ୍ଜିକୃତ କରି ଥିବା ବେଳେ ଦେଇଛନ୍ତି ୧୩୫୦ଜଣ, ମାଟିଆଳି ଲ୍ୟାମ୍ପସିଏସସ ରେ ୨୩୨୦ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଦେଇଛନ୍ତି ୯୪୦ଜଣ, ନିଜଗଡ଼ ସୋସାଇଟି ରେ ୭୫୩ ପଞ୍ଜିକରଣ କରିଥିବା ବେଳେ ୫୫୦ଜଣ ଚାଷୀ ଦେଇଛନ୍ତି l ଗୋପୀନାଥପୁର ସୋସାଇଟି ରେ ୫୦୫ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୩୧୧ ଜଣ ଚାଷୀ ଦେଇଛନ୍ତି। ଔପଦା ବ୍ଲକରେ ବଡ଼ପୋଖରୀ ସୋସାଇଟି ୧୨୧୨ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ୮୧୧ଜଣ ଚାଷୀ ଦେଇଥିଲେ, ତଳକିଆ ସୋସାଇଟି ୧୦୨୬ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୬୦୬ଜଣ ଚାଷୀ ଦେଇ ଛନ୍ତି, ଫତେପୁର ସୋସାଇଟି ୭୪୫ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୩୧୫ଜଣ ଚାଷୀ ଦେଇଛନ୍ତି ଦକ୍ଷିଣ ନରସିଂହ ପୁର ସୋସାଇଟି ୬୧୮ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୧୯୯ଜଣ ଚାଷୀ ଦେଇଛନ୍ତି, ଶ୍ୟାମସୁନ୍ଦର ପୁର ସୋସାଇଟି ୯୫୬ଜଣ ଚାଷୀ ପଞ୍ଜିକରଣ କରି ଥିବା ବେଳେ ୭୯୬ଜଣ ଚାଷୀ ଦେଇଛନ୍ତିଓ.ଈଶ୍ୱର ପୁର ସୋସାଇଟି ୧୦୦୭ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ୫୮୫ଜଣ ଚାଷୀ ଦେଇଛନ୍ତି l ଅବଶିଷ୍ଟ ଦେଇ ପାରି ନଥିବା ଚାଷୀ ଙ୍କ ଭାଗ୍ୟ ଜିଲ୍ଲାପାଳ ଓ ଜିଲ୍ଲା ବେସାମରିକ ଯୋଗାଣ ବିଭାଗ, ବାଲେଶ୍ୱର ଙ୍କ ନିର୍ଦେଶ ଉପରେ ନିର୍ଭର କରୁଛି l

Post a Comment

أحدث أقدم
Header ADS