Header ADS

No title

 ଚଣ୍ଡୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ।



ନୀଳଗିରି୬/୨(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଲକ୍ ଅଧିନସ୍ଥ ସଜନାଗଡ ଚଣ୍ଡି ଉ.ପ୍ରା(ମ.ଇ) ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଦ୍ୟାଧର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମକେଶରୀ ପରିଡ଼ା, ମୁଖ୍ୟବକ୍ତା ଭାବେ ନୀଳଗିରି ସହକାରୀ ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ଲମ୍ବୋଦର ସିଂ , ବିଶିଷ୍ଟଅତିଥି ଭାବେ ଜାମୁଡ଼ିହା ସ୍ଥିତ ଓଡିଶା ଆଦର୍ଶବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ହେମନ୍ତ କୁମାର ମଣ୍ଡଳ, ସମ୍ମାନନୀୟ ଅତିଥିଭାବେ ନୀଳଗିରିର ଅବସରପ୍ରାପ୍ତ ଏବିଇଓ ଶ୍ରୀଯୁକ୍ତ ରବି ନାରାୟଣ ପରିଡ଼ା,ଭୁଦାରଚଣ୍ଡୀ ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ସଂଯୁକ୍ତା ବାରିକ୍, ସଜନାଗଡ ସିଆରସିସି ଶ୍ରୀଯୁକ୍ତ ବିଶ୍ୱଜିତ୍ ବେହେରା , ସଜନାଗଡ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସିଂ ଯୋଗଦାନ କରିଥିଲେ। ମୁଖ୍ୟଅତିଥି ମହୋଦୟ ଭଲମଣିଷ ହେବାପାଇଁ ସମସ୍ତଙ୍କୁ ଆହ୍ୱାନ କରିବାସହ ଦେଶ ଓ ଜାତିର ସୁନାମ ରଖିବାପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷକ ଶ୍ରୀ ଶ୍ରୀହରି ବେହେରା ମଞ୍ଚପରିଚାଳନା କରିଥିବା ବେଳେ ଶିକ୍ଷକ ରତନ କୁମାର ସ୍ୱାଇଁ , ଶିକ୍ଷୟତ୍ରୀ ସୁଜାତା ମିଶ୍ର , ଲଲିତା ମହାନ୍ତି , ବନପ୍ରିୟା ମହାନ୍ତି , ସୁକାନ୍ତି ଲତା ଦାସ, ଦମୟନ୍ତୀ ନାୟକ , ଓ ବିକସ୍ମୀତା ରାଉତ ପ୍ରମୁଖ ସହଯୋଗ କରିଥିଲେ। ପରେ ଛାତ୍ରଛାତ୍ରୀ ମାନଙ୍କଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Post a Comment

Previous Post Next Post
Header ADS