ବାଘୁଆ ମହୁମାଛି ଆକ୍ରମଣରେ ଦୁଇ ଗୁରୁତ୍ତର ।
ନୀଳଗିରି,୬/୨(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ବାଘୁଆ ମହୁମାଛି ଆକ୍ରମଣ ରେଦୁଇ ଜଣ ଗୁରୁତ୍ତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣା ପଡ଼ିଛି । ସୂଚନା ମୁତାବକ ନୀଳଗିରି ବ୍ଲକ ଜଡ଼ିଡା ପଞ୍ଚାୟତ ଜାମୁଡ଼ିହି ସାହି ର ପିତାମ୍ବର ସେଠୀ (୭୦) ଆଜି ପୂର୍ବାହ୍ନରେ ସଜନାଗଡ଼ ବଜାରରୁ କୌଣସି କାମ ସାରି ଘରେ ପହଞ୍ଚିବା ବେଳେ ଘର ପାଖ ଜାମୁଡ଼ିସାହି ଛକ ନିକଟ ଅର୍ଜୁନ ଗଛ ରୁ ବାଘୁଆ ମହୁମାଛି ପିତାମ୍ବର ମୁହଁ, ହାତ, ଗୋଡ଼ କୁ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣ ସେ ଗୁରୁତ୍ତର ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି। ଠିକ ସେହିଭଳି ଉକ୍ତ ପଞ୍ଚାୟତ ବାଉଁଶନାଳ ଗ୍ରାମର ରାଜେନ୍ଦ୍ର ମହାକୁଡ଼ ଙ୍କ ଝିଅ ଦୀପ୍ସିଖା ମହାକୁଡ଼ (୧୬), ପୂର୍ବାହ୍ନ ୧୧ ଘଟିକା ସମୟରେ କୌଣସି କାର୍ଯ୍ୟରେ ପାଖ ଜାମୁଡ଼ିସାହି ଗ୍ରାମ କୁ ଯାଉଥିବାବେଳେ ବାଘୁଆ ମହୁମାଛି ଆକ୍ରମଣ ର ଶିକାର ହୋଇଥିଲେ।ଏଥିରେ ତାଙ୍କର ହାତ, ମୁହଁ ଫୁଲି ଯାଇଥିବା ବେଳେ ଗୁରୁତ୍ତର ହୋଇପଡ଼ିଥିଲେ । ତେବେ ତାଙ୍କୁ ତୁରନ୍ତ ନୀଳଗିରି ଡାକ୍ତର ଖାନାକୁ ଅଣାଯାଇ ଚିକିତ୍ସିତ କରାଯାଉଛି। ତେବେ ଏହି ବାଘୁଆ ମହୁମାଛି ଆକ୍ରମଣ ରେ ଶିକାର ଉଭୟ ଙ୍କ ସ୍ୱାସ୍ଥ୍ୟବସ୍ଥା ଏଵେ ସ୍ଥିର ରହିଛି। ଅନ୍ୟପଟେ ରାସ୍ତା କଡ଼ରେ ଦୁଇ ତିନୋଟି ବାଘୁଆ ମହୁମାଛି ବସା ବାନ୍ଧି ଥିବା ବେଳେ ଅନେକ ସମୟରେ ପଥଚାରୀ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖି ମହୁ ମାଛି ଆକ୍ରମଣ ର ଶିକାର ହୋଇଥିବା ସମ୍ପର୍କୀୟ କୁଳଡ଼ିହା ରେଞ୍ଜର ଙ୍କୁ ଅବଗତ କରାଇବା ସହିତ ମହୁ ମାଛି ବସା ଭାଙ୍ଗିବାକୁ ଅନୁରୋଧ କରିଥିଲେ ହେଲେ ରେଞ୍ଜର ସୁବ୍ରତ ବେହେରା ନୀଳଗିରି ଥାନାକୁ ଜଣାଇବାକୁ କହିଥିଲେ। ତେବେ ମହୁ ମାଛି ବସା କିଏ ଭାଙ୍ଗିବ ବୋଲି ଚିନ୍ତାରେ ମହୁ ମାଛି ଆକ୍ରମଣ ର ଶିକାର ହୋଇଥିବା ସମ୍ପର୍କୀୟ। ତେବେ ରାସ୍ତା ପାର୍ଶ୍ଵରେ ଥିବା ଗଛରେ ଏହି ଏକାଧିକ ମହୁ ମାଛି ବସା ଭାଙ୍ଗିବାକୁ ଦାବି କରିଛନ୍ତି ପଥଚାରୀ।



إرسال تعليق