ନୀଳଗିରି,କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପି.ଏମ.ଶ୍ରୀ ଉତ୍ସବ-୨୦୨୫-୨୬ ଅନୁଷ୍ଠିତ
ନୀଳଗିରି,୪/୨(ଓଡ଼ଶା ଆଦର୍ଶ): ନୀଳଗିରି ଉପଖଣ୍ଡ ସଦର ମହକୁମାସ୍ଥିତ ନୀଳଗିରି , କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପି.ଏମ.ଶ୍ରୀ ଉତ୍ସବ -୨୦୨୫-୨୬ ମହାଆଡମ୍ବରରେ ପାଳିତ ହୋଇଯାଇଛି।ନୀଳଗିରି କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଦିନିକିଆ ପି.ଏମ.ଶ୍ରୀ ଉତ୍ସବ -୨୦୨୫-୨୬ କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପାର୍ଘ ଅର୍ପଣ କରିଥିଲେ।ପରେ ପରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ପାଠ୍ୟ ଖସଡ଼ା ଅନୁଯାୟୀ ବିଭିନ୍ନ ଷ୍ଟଲ୍ ମାନ ପରିଦର୍ଶନ କରି ଥିଲେ।ଏହି ଉତ୍ସବ ସ୍ଥଳରେ ଆୟୋଜିତ ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ଭୂୟାଁ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ବରେଣ୍ୟ ଅତିଥି ଗଣ ଆନୁଷ୍ଠାନିକ ଭାବେ ଜଗନ୍ନାଥଙ୍କ ନିକଟରେ ପୁଷ୍ପାର୍ଘ୍ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରାଯାଇଥିଲା। ଏଥିରେ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ସମ୍ମାନନୀୟ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା, ସମ୍ମାନନୀୟ ଅବସର ପ୍ରାପ୍ତ ଡି. ଜି.ଏମ. ଶ୍ରୀଯୁକ୍ତ ଅଶୋକ ମିଶ୍ର, ପୁର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ବିଶ୍ଵାଳ,ୱାର୍ଡ କାଉନସିଲର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ସେଠୀ, ଆଲୁମିନି ସଭାପତି ଶ୍ରୀଯୁକ୍ତ ସୁରଞ୍ଜନ୍ ମହାପାତ୍ର,ଆଲୁମିନା ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର , ବିଦ୍ୟାଳୟ ପରିଚାଳନା ସଦସ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀଧର ରାଉଳ ସମେତ କେ. ସି .ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ଭୂୟାଁ।ପ୍ରମୁଖ ମଞ୍ଚାସିନା ଥିଲେ।ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସର୍ବ ପୁରାତନ ଏହି ଶିକ୍ଷାନୁଷ୍ଠାନରେ ନିଜ ଅତୀତକୁ ସାଉଁଟି ଥିଲେ ।ଏହି ଅନୁଷ୍ଠାନରେ ଏକଦା ଉତ୍କଳ ମଣି ଗୋପବନ୍ଧୁଙ୍କର କର୍ମସ୍ଥଳୀ ଥିଲା।ଏହାର ଇତିହାସ ଅତ୍ୟନ୍ତ ଗମ୍ଭୀର,ଏଠାରୁ ବହୁ ବିଦ୍ୱାନ ସୃଷ୍ଟି ହୋଇ ମାଟିର ଗର୍ବ ଆଣି ଦେଇଛନ୍ତି। ଏତଦ୍ ଭିନ୍ନ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାରେ ଅଗ୍ରଗତି ନିମନ୍ତେ ବିଭିନ୍ନ ଉଦାହରଣ ମାଧ୍ୟମରେ ପ୍ରେରଣା ଯୋଗାଇ ଥିଲେ।ଶିକ୍ଷା କ୍ଷେତ୍ରରେ ବିକାଶ ହେଲେ ରାଷ୍ଟ୍ରର ବିକାଶ ହୋଇ ପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏଥି ସହିତ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥି ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ବହୁ ଅଭାବ ଅସୁବିଧାକୁ ଦୃଷ୍ଟିରେ ରଖି ଛାତ୍ରାବାସ ନିମନ୍ତେ ନିଜ ପାଣ୍ଠିରୁ ୯ଲକ୍ଷ୍ୟ ଟଙ୍କା ଅନୁଦାନ ରାଶି ଘୋଷଣା କରିଥିଲେ।ଏହି ଦିନିକିଆ ପି .ଏମ.ଶ୍ରୀ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ବାଲେଶ୍ଵର ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ କୁମାର ନାୟକ ଯୋଗ ଦେଇଥିଲେ। ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ , ବିଦ୍ୟାଳୟର ଅଣ ଶିକ୍ଷକ କର୍ମକର୍ତ୍ତାଏବଂ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ସୂଚାରୁ ରୂପେ ପାଳନ କରାଯାଇଥିଲା।



إرسال تعليق