Header ADS

ବେଆଇନ ବାଲି ବୋଝେଇ ଟ୍ରାକଟର ଓଲଟି ଶ୍ରମିକ ମୃତ

 ବେଆଇନ ବାଲି ବୋଝେଇ ଟ୍ରାକଟର ଓଲଟି ଶ୍ରମିକ ମୃତ 


ନୀଳଗିରି,୮/୨(ମିଏସ):ନୀଳଗିରି ଥାନା ଅଧୀନ ପୁରୁଣା ଗାଁ ନଦି ଘାଟରୁ ଆଜି ସକାଳେ ବେଆଇନ ଚୋରା ବାଲି ବୋଝେଇ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବା ଯୋଗୁଁ ଜଣେ ଶ୍ରମିକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଶ୍ରମିକ୍ ଜଣକୁ ନୀଳଗିରି ମେଡ଼ିକାଲ୍ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଶ୍ରମିକ ଜଣକ ପୁରୁଣା ଗାଁ ଅଞ୍ଚଳର ସଞ୍ଜୟ ନାୟକ ବୋଲି ଜଣା ପଡ଼ିଛି। ତେବେ ବେଆଇନ୍ ଚୋରା ବାଲି ଏକ ଶ୍ରମିକ ର ଜୀବନ ନେଇଯାଇଥିବା ବେଳେ ନୀଳଗିରି ପୋଲିସ ମେଡ଼ିକାଲ୍ ରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ କରୁଛି।

Post a Comment

أحدث أقدم
Header ADS