ବିଜେଡ଼ି ମହିଳା ବରିଷ୍ଠ ଉପସଭାପତି ସୁନିତୀ ସିଂଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ।
ନୀଳଗିରି ,୧୬/୨(ଓଡ଼ଶା ଆଦର୍ଶ)ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ୧୫ତାରିଖ ବିଜୁଜନତା ଦଳର ନୂତନ ମହିଳାଟିମ୍ ର କଳେବର କରିଥିବା ବେଳେ ଏହି ଟିମରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ସଜନାଗଡ ପଞ୍ଚାୟତ ତେଣ୍ଡା ଗ୍ରାମର ଆଦିବାସୀ ନାରୀନେତ୍ରୀ ସୁନିତୀ ସିଂଙ୍କୁ ଦଳତରଫରୁ ବଡ଼ ଭୂମିକା ମିଳିଛି। ଶ୍ରୀମତୀ ସିଂଙ୍କ କାର୍ଯ୍ୟଦକ୍ଷତା ଏବଂ ଦଳପ୍ରତି ଆନୁଗତ୍ୟ ପାଇଁ ବିଜୁ ଜନତାଦଳ ମହିଳା ବ୍ରିଗେଡର ବରିଷ୍ଠ ଉପସଭାପତି ପଦବୀ ମିଳିଛି। ତାଙ୍କ ନିଯୁକ୍ତି ପରେ ବାଲେଶ୍ୱର ସମେତ ନୀଳଗିରି ନିର୍ବାଚନମଣ୍ଡଳୀରେ କର୍ମୀ ଏବଂ ନେତାଙ୍କ ମହଲରେ ଉତ୍ସାହ ଦେଖାଦେଇଛି। ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ସମାଜସେବୀ ମଦନମୋହନ ମାଝୀ, ବିଜେଡ଼ି ଯୁବନେତା ଉଦୟଜ୍ୟୋତି ମହାନ୍ତି, ଉପେନ୍ଦ୍ର ନାୟକଙ୍କ ସମେତ ବହୁ ବିଜେଡ଼ି କାର୍ଯ୍ୟକର୍ତ୍ତା ଶ୍ରୀମତୀ ସିଂଙ୍କ ବାସଭବନରେ ପହଞ୍ଚି ସୌଜନ୍ୟମୂଳକ ସାକ୍ଷାତକରିବା ସହ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ। ଆଗାମୀ ଦିନରେ ତାଙ୍କର ମାର୍ଗଦର୍ଶନରେ ଦଳ ମଜଭୁତ ହେବାସହିତ ମହିଳାମାନଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ପ୍ରତିନିଧିତ୍ଵ ଉପରେ ଅଧିକ ଗୁରୁତ୍ବଦେବାକୁ ଏହି ପ୍ରତିନିଧିମାନେ ଜଣାଇଥିଲେ। ଏହି ଅବସରରେ ଦଳ ଏବଂ ସୁପ୍ରିମୋ ତାଙ୍କୁ ଏହି ଗୁରୁଦାୟିତ୍ବ ଦେଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।



إرسال تعليق