ମିତ୍ରପୁର ସରସ୍ଵତୀ ଶିଶୁମନ୍ଦିରରେ ୩୬ତମ ବାର୍ଷିକଉତ୍ସବ ଅନୁଷ୍ଠିତ।
ନୀଳଗିରି,୩୧/୧(ଓଡ଼ଶା ଆଦର୍ଶ):ନୀଳଗିରି ବ୍ଲକ୍ ମିତ୍ରପୁର ସ୍ଥିତ ସରସ୍ବତୀ ଶିଶୁମନ୍ଦିରର ୩୬ତମ ବାର୍ଷିକଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। କୋମଳମତି ଶିଶୁମାନଙ୍କ ଚିନ୍ତାଚେତନାର ଅନ୍ତର୍ନିହିତ ଗୁଣାବଳୀର ବିକାଶ ସହିତ ଶୈକ୍ଷିକ ବାତାବରଣରେ ନିଜକୁ ସାମିଲକରି ନିଜର ଶ୍ରେଷ୍ଠତ୍ଵ ପ୍ରତିପାଦିତ କରିବା ହେଉଛି ଉତ୍ସବର ମୂଳଲକ୍ଷ୍ୟ ବୋଲି ଉତ୍ସବର ମୁଖ୍ୟଅତିଥି ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀଯୁକ୍ତ ଚନ୍ଦ୍ରବିନ୍ଦୁ ଦାସ ଉପସ୍ଥିତ ଅଭିଭାବକ, ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅତିଥିମାନଙ୍କୁ ସ୍ବାଗତ କରାଯାଇ ମଞ୍ଚାସିନ କରାଯାଇଥିଲା। ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପାଘ୍ୟ ପ୍ରଦାନ ସହିତ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସଭାପତି ସରିତା ଖଣ୍ଡେଲୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଚନ୍ଦ୍ରବିନ୍ଦୁ ଦାସ ମୁଖ୍ୟବକ୍ତା ଭାବେ ରଶ୍ମିରଞ୍ଜନ ଦାସ, ସମ୍ମାନିତ ଅତିଥି ରୂପେ ଭଗବାନ ଦାସ, ପରିଚାଳନାସମିତି ସମ୍ପାଦକ ଯତୀନ କୁମାର ଦାସ, ପ୍ରଧାନଆଚାର୍ଯ୍ୟ ମାଳତୀ ମହାନ୍ତି, ସମାଜସେବୀ ଗୋପାଳ ମହାପାତ୍ର ପ୍ରମୁଖ ଉପସ୍ଥିତରହି ଛାତ୍ରଛାତ୍ରୀ ମାନଙ୍କୁ ନିଜନିଜର ଶୈଖଣିୟ ବକ୍ତବ୍ୟ ରଖିଥିଲେ। ବାର୍ଷିକଉତ୍ସବ ଉପଲକ୍ଷେ ପିଲାମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।



إرسال تعليق