Header ADS

ଅସହାୟ ଶ୍ରମିକ କୁ ସହାୟତା ଦେଲେ କଂଗ୍ରେସ ନେତା

 ଅସହାୟ ଶ୍ରମିକ କୁ ସହାୟତା ଦେଲେ କଂଗ୍ରେସ ନେତା



ନୀଳଗିରି,୬/୧(ଓଡ଼ିଶା ଆଦର୍ଶ):ନୀଳଗିରି ନିର୍ବାଚନ ମଣ୍ଡଳୀରେ କଂଗେସ ଦଳ ବେଶ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ସାଧାରଣ ଜନତା ଙ୍କ ସମସ୍ୟାରେ ସାମିଲ ହୋଇ ସେବା ଓ ସମାଧାନ ପାଇଁ ଚେଷ୍ଟା କରିବା ଦଳ ପକ୍ଷେ ଶୁଭଙ୍କର ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ଶୁଣାଯାଇଛି।ତେବେ ନୀଳଗିରି ର ତପନ ରାଉତ ଓ ଔପଦା ବ୍ଲକ ର ଯୋଗେଶ୍ଵର ବେହେରା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ଓ ଗାଁ ଗଣ୍ଡା ବୁଲି ଲୋକଙ୍କ ସମସ୍ୟା ବୁଝୁ ଥିବା କଂଗେସ ର ସକ୍ରୀୟତା କୁ ପ୍ରମାଣ କରିଛି। ବାହାନଗା ବ୍ଲକ କସ୍ପା ଯଇପୁର ଗ୍ରାମ ପଂଚାୟତ ର ୫ନଂ ୱାର୍ଡ ଜୀରତାଳ ଗ୍ରାମ ର ଦୟାନିଧି ମଳିକ ପି -./ଭଗବାନ ମଳିକ ଜଣେ ଅତ୍ୟନ୍ତ ଗରିବ ଓ ଦିନମଜୁରିଆ ଅଟନ୍ତି |ତାଙ୍କର ବୃଦ୍ଧା ମା ଙ୍କୁ ଧରି ୬ପ୍ରାଣୀ ପରିବାର ଙ୍କୁ ନେଇ ସେ ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଭାବେ ପରିବାର ଭରଣ ପୋଷଣ କରୁଥିଲେ।କାମ କରିବାକୁ ଯାଇ ଏକ ମାଟି କାନ୍ଥ ଭାଙ୍ଗୁ ଥିବା ବେଳେ ତାଙ୍କ ଉପରେ କାନ୍ଥ ଟି ଭାଙ୍ଗି ପଡ଼ିଗଲା ।ସେ ସମ୍ପୂର୍ଣ କାନ୍ଥ ଭିତରେ ପୋତିହୋଇଗଲେ ।ପାଖରେ ଥିବା ଲୋକ ମାନେ ଚେଷ୍ଟା କରି ଖୁବ ଶୀଘ୍ର ତାଙ୍କୁ ଉଦ୍ଧାର କରିଥିଲେ ।ଯାହା ଫଳରେ ସେ ବଂଚିଗଲେ ।ମାତ୍ର ସବୁ ଦିନ ପାଇଁ ନିଜର ବାମ ଗୋଡ ଟିକୁ ହରାଇ ବସିଲେ ।ଏହି ଦୁଃଖଦ ଖବର ଜାଣିବା ପରେ କଂଗ୍ରେସ ନେତା ତପନ ରାଉତ ଓ ଯୋଗେଶ୍ଵର ବେହେରା ଙ୍କ ସମେତ ସ୍ଥାନୀୟ କଂଗ୍ରେସ ଦଳ ର ଦାମୋଦର ଦାସ, ବସନ୍ତ ଜେନା, ପ୍ରଭାତ ଜେନା, ପ୍ରଭାକର ରାଉତ, ପ୍ରଫୁଲ୍ଲ ମହାରଣା, ନିରଞ୍ଜନ ରାଉତ, ସମନାଥ ମଳିକ, କମଳାକାନ୍ତ କବି, ପ୍ରଦୀପ ଗିରି, ବ୍ରଜେନ୍ଦ୍ର କର, ନିରାକାର ଦାସ ପ୍ରମୁଖ ତାଙ୍କ ପରିବାର ପାଖରେ ପହଂଚି ଯଥା ସମ୍ଭବ ସହାୟତା କରିଥିବା ଜଣାଯାଇଛି।ଅନ୍ୟ ପକ୍ଷରେ ସେ କେମିତି ଅଧିକ ସରକାରୀ ସହାୟତା ପାଇପାରିବେ,ସେଥି ପାଇଁ ଯଥା ସମ୍ଭବ ଚେଷ୍ଟା କରିବାର ପ୍ରତିଶ୍ରୁତି ଦେଇ ଥିବା ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

Post a Comment

أحدث أقدم
Header ADS