ସରକାରୀ ଏସଏସଡି ତେଲିପାଳ ଉଚ୍ଚବିଦ୍ୟାଳୟ ଠାରେ ବାର୍ଷିକଉତ୍ସବ ଉଦଯାପିତ।
ନୀଳଗିରି,୬/୧୨(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ତେଲିପାଳ ପଞ୍ଚାୟତ ତେଲିପାଳ ସରକାରୀ ଏସଏସଡି ଉଚ୍ଚବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକଉତ୍ସବ ଉଦଯାପିତ ହୋଇଯାଇଛି। ମଙ୍ଗଳବାର ଅପରାହ୍ନ ୨ଘଟିକା ସମୟରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଶହଶହ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ନେପାଳ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ ମୁଖ୍ୟଅତିଥି ଏବଂ ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୈଳେନ୍ଦ୍ରି ଶତପଥୀ ମୁଖ୍ୟବକ୍ତା, ବିଦ୍ୟାଳୟ ପରିଚାଳନାକମିଟି ସଭାପତି ମାନସ କୁମାର ସିଂ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।ପ୍ରଥମେ ମଞ୍ଚଆହ୍ବାନ ପରେ ପରମଆରାଧ୍ୟ ଜଗତରନାଥ ଜଗନ୍ନାଥଙ୍କ ଚରଣାବିନ୍ଦରେ ପୁଷ୍ପାର୍ଘ୍ୟ, ଧୂପ, ଚନ୍ଦନଦେଇ ଅତିଥିଙ୍କ ଦ୍ଵାରା ବନ୍ଦନ କରାଯାଇଥିଲା। ପରେପରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତସଙ୍ଗୀତ ଗାନ ଏବଂ ନୃତ୍ୟପରିବେଷଣ କରାଯାଇଥିଲା। ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ମହାପାତ୍ର ବାର୍ଷିକବିବରଣୀ ପଠନକରି ବିଦ୍ୟାଳୟର କୃତିଛାତ୍ରଛାତ୍ରୀଙ୍କ କୃତିତ୍ୱ ଏବଂ ବିଦ୍ୟାଳୟର କର୍ମଚାରୀ ଓ ଶିକ୍ଷକ ଙ୍କ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୈଳେନ୍ଦ୍ରୀ ଶତପଥୀ ପିଲାମାନଙ୍କୁ ପାଠସହିତ ଶାରୀରିକ ଓ ବୌଦ୍ଧିକବିକାଶ ଉପରେ ଗୁରୁତ୍ୱାରୋପ କରିବାକୁ ପରାମର୍ଶ ଦେଇଥିଲେ। ଅନୁରୂପ ଭାବେ ଅନ୍ଧବିଶ୍ୱାସରେ ବିଶ୍ୱାସ ନକରି ଆତ୍ମବିଶ୍ବାସୀ ହେବାକୁ ପରାମର୍ଶ ଦେବାସହିତ ମୁଁ ଯାହା କରିପାରିବି ତାହା ଅନ୍ୟମାନେ କରିପାରିବେ ନାହିଁ ବୋଲି ଆତ୍ମବିଶ୍ବାସୀ ହେବାକୁ ବିଧାୟକ ସନ୍ତୋଷ କୁମାର ଖଟୁଆ ଛାତ୍ରଛାତ୍ରୀଙ୍କୁ ନିଜ ଅଭିଭାଷଣରେ ଉଦବୋଧନ ଦେଇଥିଲେ। ସହକାରୀ ଶିକ୍ଷକ ରମାକାନ୍ତ ବେହେରା ମଞ୍ଚପରିଚାଳନା କରିଥିବା ବେଳେ ଶିକ୍ଷକ ବାପିଚନ୍ଦ୍ର ମଲ୍ଲିକ, ରଘୁନାଥ ବର, ପଦ୍ମଲୋଚନ ସିଂ, ଦେବାଶିଷ ଭୋଳ, ମମତା ପୁଥାଳ , ନିବେଦିତା ପ୍ରତିହାର, ବାସନ୍ତୀ ବେହେରାଙ୍କ ସମେତ ଅନ୍ୟାନ୍ୟ ସହକାରୀ କର୍ମଚାରୀ ସହଯୋଗ କରିଥିଲେ। ପରିଶେଷରେ ଅତିଥିମାନଙ୍କ ଦ୍ଵାରା ବାର୍ଷିକକ୍ରୀଡ଼ାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।



إرسال تعليق