ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ ଅବସରରେ ବିଶାଳ ରକ୍ତଦାନ ଶିବିର।
ନୀଳଗିରି ବିଜେଡି ପକ୍ଷରୁ ୭୨ ୟୁନିଟ ରକ୍ତ ସଂଗୃହିତ।
ନୀଳଗିରି,୨୩/୧(ଓଡ଼ିଶା ଆଦର୍ଶ): ମହାନ ସ୍ବାଧିନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ୧୨୯ତମ ଜୟନ୍ତୀ ନୀଳଗିରି ବିଜେଡ଼ି କାର୍ଯ୍ୟାଳୟରେ ପାଳିତ ହୋଇ ଯାଇଛି। ପୂର୍ବାହ୍ନ ୯ଘଟିକା ସମୟରେ ପୂର୍ବତନ ବିଧାୟକ ଇଂ ସୁକାନ୍ତ ନାୟକ ରାଜ୍ୟମହିଳା କାର୍ଯ୍ୟକାରିଣୀ ଉପଦେଷ୍ଟା କମିଟି ସଦସ୍ୟା ଡ. ଲେଖାଶ୍ରୀ ସାମନ୍ତ ସିଂହାର, ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ପ୍ରମୁଖ ଉପସ୍ଥିତ ଥାଇ ନେତାଜୀ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୟୋଳନ କରିଥିଲେ। ଶ୍ରୀଯୁକ୍ତ ନାୟକ ତାଙ୍କ ବକ୍ତବ୍ୟରେ ନେତାଜୀ ପରାଧୀନ ଭାରତକୁ ସ୍ୱାଧୀନତା ଆଣିବା ପାଇଁ ସଂଗ୍ରାମ କରି ନିଜକୁ ଝାସ ଦେଇଥିବା ବେଳେ ମୋତେ ରକ୍ତଦିଅ ମୁଁ ତମକୁ ସ୍ୱାଧୀନତା ଦେଵୀ ବୋଲି କହୁଥିଲେ। ଉପସ୍ଥିତ ବିଜେଡ଼ି ନେତୃତ୍ୱ ମାନଙ୍କ ମଧ୍ୟରେ ଆରବନ୍ଧ ସରପଞ୍ଚ କୁଳମଣି ନାୟକ, ଗଙ୍ଗାଧର ମିଶ୍ର, ପ୍ରମୁଖ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥାଇ ନେତାଜୀ ଙ୍କ ସ୍ମୃତି ଚାରଣ କରବା ସହିତ ଅଭିଭାଷଣରେ ତାଙ୍କର ଅଭୁଲା ସ୍ମୃତିକୁ ମାନସ ପଟରେ ଉଜ୍ଜୀବିତ କରିଥିଲେ। ପରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାର ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଶୁଚିସ୍ମିତା ଦାସ, ଲାଵାରେଟୋରୀ ଟେକ୍ନିସିଆନ ରାଜେଶ ମିଶ୍ର, ସୋଭାଗ୍ୟବତୀ ପଣ୍ଡା, ସତ୍ୟ ପ୍ରସାଦ ଦାସ, ଉପସ୍ଥାପକ ହେମନ୍ତ ସେଠୀ, ଏବଂ ସହଯୋଗୀ ବିଦ୍ୟାଧର ସାହୁ ପ୍ରମୁଖ ସ୍ବେଛା ସେବୀଙ୍କ ଠାରୁ ସମୁଦାୟ ୭୨ ୟୁନିଟ ରକ୍ତ ସଂଗ୍ରହ ହୋଇ ବାଲେଶ୍ୱର ରକ୍ତ ଭଣ୍ଡାରକୁ ନେଇଥିଲେ।



إرسال تعليق