ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୀଳଗିରି,୨୦/୦୧(ଓଡ଼ିଶା ଆଦର୍ଶ):ସ୍ଥାନୀୟ କୃଷି ଜିଲ୍ଲା ଅଧିକାରୀ ଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କୃଷି ଜିଲ୍ଲା ଅଧିକାରୀ ଶ୍ରୀମତୀ ସମତା ମହାନ୍ତ ବିଗତ ବର୍ଷର ବିବରଣୀ ପାଠ କରିଥିବା ବେଳେ ଉପଜିଲ୍ଲାପାଳ ତଥା ଅଧକ୍ଷ ବିବରଣୀ ଅନୁଯାୟୀ ସବିଶେଷ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟଧାରାକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି ଚଳିତ ବର୍ଷ ମଧ୍ୟ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ତିନି ଦିନିଆ ଆସନ୍ତା ଫେବୃଆରୀ ମାସ ୯ତାରିଖ ରୁ ୧୧ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଷ୍ଟାଡିୟମ ପଡିଆରେ ଆୟୋଜନ ନିମନ୍ତେ ସ୍ଥିର କରାଯାଇଛି।ଏହି ମେଳାରେ କୃଷି ସମ୍ବୋଧିତ କୃଷି ଯନ୍ତ୍ରପାତିର ପ୍ରଦର୍ଶନୀ ସୁଲଭ ମୂଲ୍ୟରେ ଏବଂ ରିହାତି ଦରରେ ଯୋଗାଇ ଦେବା ଏହାର ମୁଖ୍ୟ ଆଭିମୁଖ୍ୟ।ଏଥିରେ କୃଷି ଭିତ୍ତିକ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ସହିତ ବିଭିନ୍ନ କୃଷି ଯନ୍ତ୍ରପାତି ଉତ୍ପାଦକ ସଂସ୍ଥାମାନଙ୍କୁ ସାମିଲ କରାଯିବା ପାଇଁ ସ୍ଥିର କରାଯାଇଛି। ଏତଦ୍ ଭିନ୍ନ ଉଭୟ ବ୍ଲକର ୫୦୦ ଅଗ୍ରଣୀ କୃଷକମାନଙ୍କୁ ନେଇ ଆଲୋଚନା ଚକ୍ର କରାଯିବା ସଙ୍ଗେ ସଙ୍ଗେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।
ଏହି ବୈଠକରେ ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ଦେବୀଦତ୍ତ ପ୍ରୀତି ରଞ୍ଜନ ବେହେରା, ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକରି ଡ଼ା.ସରୋଜିନୀ ପ୍ରଧାନ, ଔପଦା ତହସିଲଦାର , ନୀଳଗିରି ଅତିରିକ୍ତ ତହସିଲଦାର ଶ୍ରୀମତୀ ଶୁଭଶ୍ରୀ ଜେନା, ସହକାରୀ ଉପ ନିର୍ଦ୍ଦେଶକ କୃଷି ଉଦ୍ୟାନ ବିଭାଗ ଶ୍ରୀଯୁକ୍ତ ଗୋପୀନାଥ କର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଗୋବର୍ଦ୍ଧନ ବିଶ୍ଵାଳ ସମେତ ଉଭୟ ବ୍ଲକର କୃଷି ସମ୍ବୋଧିତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ଥିଲେ।



إرسال تعليق