Header ADS

ନରଣପୁର ରେ ହୋ ଆଦିବାସୀ ସମ୍ପ୍ରଦାୟ ଲୋକ ମହୋତ୍ସବ ଉଦଯାପିତ ।

 ନରଣପୁର ରେ ହୋ ଆଦିବାସୀ ସମ୍ପ୍ରଦାୟ ଲୋକ ମହୋତ୍ସବ ଉଦଯାପିତ । 


ନୀଳଗିରି,୧୮/୧(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ନରଣପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ନକୁଳକର ହାଟ ଠାରେ ଦୁଇ ଦିନ ଧରି ଚାଲିଥିବା ହୋ ଆଦିବାସୀ ସମ୍ପ୍ରଦାୟର ଲୋକ ମୋହତ୍ସବ ବଡ ଧୁମଧାମ ସହକାରେ ଉଦଯାପିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୀଳଗିରି ମାଟିର ସନ୍ତାନ ପ୍ରଶାସନିକ ଅଧିକାରୀ ସରୋଜ ସେଠୀ ଓ ମୁଖ୍ୟ ବକ୍ତା ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡଗିଂ ଙ୍କ ବ୍ଯକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହୋ ଆଦିବାସୀ ରାଜ୍ୟ ସଭାପତି ବିଜୟ ବୋଦରା ଏବଂ ଲଗେନ ମୁଣ୍ଡୁୟା ପ୍ରମୁଖ ମଂଚାସୀନ ଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଆଦିବାସୀ ସମାଜର ସଂସ୍କୃତି, ପରମ୍ପରା ଏବଂ ଆଦିବାସୀ ଭାଇ ମାନଙ୍କ ଆମ ସମାଜ, ରାଜ୍ୟ, ଦେଶ ପାଇଁ ଅତୁଳନୀୟ ଅବଦାନ ପାଇଁ ଧନ୍ୟବାଦ ଦେଇଥିଲେ। ହୋ ଆଦିବାସୀ ସମାଜର ଭାଇ ମାନେ ତାଙ୍କ ସଂଘ ତରଫରୁ ସେମାନଙ୍କର ଅନେକ ସମସ୍ୟାର ସମାଧାନ ପାଇଁ ଅତିଥି ମାନଙ୍କ ପାଖରେ ଦାବି ରଖିଥିଲେ।

Post a Comment

أحدث أقدم
Header ADS