Header ADS

ପ୍ରଶାସନ ପକ୍ଷରୁ ନୀଳଗିରି ରାଡାର ରାସ୍ତା ପାର୍ଶ୍ବରେ ଜବରଦଖଲ ଉଚ୍ଛେଦ।

 ପ୍ରଶାସନ ପକ୍ଷରୁ ନୀଳଗିରି ରାଡାର ରାସ୍ତା ପାର୍ଶ୍ବରେ ଜବରଦଖଲ ଉଚ୍ଛେଦ।



ନୀଳଗିରି,୨୯/୧୨(ଓଡ଼ିଶା ଆଦର୍ଶ): ତହସିଲଦାର ଓ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ। ନୀଳଗିରି ରେ ବହୁ ବର୍ଷ ପୂର୍ବରୁ ରାଡାର୍ ସ୍ଥାପନ କରାଯାଇଥିବା ବେଳେ ମୁଖ୍ୟ ରାସ୍ତା ପାର୍ଶ୍ବରେ କିଛି ଓଡ଼ିଆ ଓ ଅଣ ଓଡ଼ିଆ, ବେଆଇନ ଭାବେ ମାଡ଼ି ବସି ଥିବାବେଳେ ଏବେ ସେଠାରେ ଏବେ ସରକାରି ଆଇ.ଟି.ଆଇ. ହେବାକୁ ଜାଉଛି। ତେଣୁ ସେଠାରେ ମାଡ଼ି ବସି ଥିବା ପାଞ୍ଚ ଓଡ଼ିଆ ଓ ଅଣ ଓଡ଼ିଆ ପରିବାର ତଥା ବିରାଜ ଦାସ, ରଖୱାଲ ଦାସ, ବଜରଙ୍ଗୀ ଦାସ, ଅଜୁ ଦାସ, ପ୍ରଶାନ୍ତ ଦାସ, ବାସିନ ଦାସଙ୍କୁ ସୋମବାର ନୀଳଗିରି ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଏହି ପରିବାର ମାନଙ୍କ ପକ୍ଷରୁ ହୋଇଥିବା ଜବରଦଖଲକୁ ଉଛେଦ କରାଯାଇଛି। ଏହି ଜବରଦଖଲ ଉଛେଦରେ ନୀଳଗିରି ତହସିଲଦାର ସୋନମ୍ ଦାସ, ଆଇ.ଆଇ.ସି ଗୋବର୍ଦ୍ଧନ ନାୟକ ଓ ଅନ୍ଯ ଅଧିକାରୀ ଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ହୋଇଛି।

Post a Comment

Previous Post Next Post
Header ADS