ବାଂଲାଦେଶୀ ଫେରିବାଲା ଙ୍କୁ ନୀଳଗିରି ରେ ସ୍ଥାନ ନାହିଁ,
ନୀଳଗିରି,୨୯/୧୨(ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀ ଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ହିନ୍ଦୁ ଭାଇମାନେ ଏହାକୁ ରୋକ୍ ଦେବାପାଇଁ ଅଣ୍ଟା ଭିଡିଛନ୍ତି। ନୀଳଗିରି ରୁ ବାଂଲାଦେଶୀ ଅନୁପ୍ରବେଶକାରୀ ମାନଙ୍କୁ ଓଡ଼ିଶାରୁ ହଟାଇବା ଦାବିରେ ନୀଳଗିରି ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସହର ପରିକ୍ରମା କରିଥିଲେ। ଏହି ପରିକ୍ରମା ସମୟରେ ନୀଳଗିରି ବସ ଷ୍ଟାଣ୍ଡ ନିକଟରେ ଏକ ବାଇକରେ ସିଂଲା ଥାନା ଅନ୍ତର୍ଗତ ଗୋପିନାଥପୁର ଅଞ୍ଚଳର ଶେଖ୍ କରିମ୍ ଓ ଶେଖ୍ ବେଶାରୁଦ୍ଦିନ ଫେରି କାମ କରି ଉଦଳା ଯାଉଥିବା ବେଳେ ସେମାନଙ୍କୁ ଖୁବ୍ ଶୀଘ୍ର ଓଡିଶା ଛାଡି ପଳାଇ ଯିବାକୁ ଧମକ ଦେବା ସହ ନୀଳଗିରି ଥାନାରେ ହାଜର କରାଇଥିଲେ। ପରେ ପୋଲିସ ଦୁଇ ଜଣଙ୍କୁ ପଚରା ଉଚୁରା କରିବା ସହ ସେମାନଙ୍କର ସମସ୍ତ ତଥ୍ୟ ରଖି ଛାଡି ଦେଇଥିବାର ଜଣାପଡିଛି।



إرسال تعليق