ରାସ୍ତା କଡରେ ଅବଧିଥିବା ସରକାରୀ ଔଷଧ ଫପାଡିବା ଘଟଣା, ନିଲମ୍ୱିତ ହେଲେ ଦୁଇ ସବ ସେଣ୍ଟର୍ ଏ. ଏନ ଏମ।
ବାଲେଶ୍ଵର,୧୯/୧୨(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚିରା ନଦୀ ପାର୍ଶ୍ୱ ନିକିମି ରାସ୍ତା କଡରେ ଅବଧିଥିବା ସରକାରୀ ଔଷଧ ଆଇରନ ଶିରପ ଓ ଫଲିକ ଏସିଡ ଶିରାପ ଫିଙ୍ଗାଯାଇଥିବା ଘଟଣା ରେ କୁଳିଗାଁ ସବସେଣ୍ଟର ଏ. ଏନ ଏମ ତନୁଶ୍ମିତା ନାୟକ ଓ ଇଞ୍ଚୁଡ଼ି ସବସେଣ୍ଟର ଏ. ଏନ. ଏମ କବିତା ବେହେରା ଦୁଇ ଜଣକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତର ପ୍ରଭାତ କୁମାର ବେହେରା ନିଲମ୍ବିତ କରିଥିବା ପ୍ରାପ୍ତ ସୂଚନା ରୁ ଜଣା ପଡିଛି।
ସୂଚନା ଅନୁଯାୟୀ ଅବଧି ଥିବା ସରକାରୀ ମାଗଣା ଔଷଧ ରୋଗୀଙ୍କୁ ଦେବା ପରିବର୍ତ୍ତେ ରାସ୍ତା ପାର୍ଶ୍ଵ ଅଳିଆ ଗଦାରେ ଫିଙ୍ଗାଯିବାଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଥିଲା ଖନ୍ତାପଡ଼ା ଥାନା ନିମିକି ସଡ଼କ କଣ୍ଟିଆ ଚିରା ନଦୀ ପାର୍ଶ୍ୱରେ। ଅବଧି ଥିବା ଔଷଧ ରାସ୍ତା କଡ଼ରେ ପଡି ରହିଥିଲା ବେଳେ ରୋଗୀ ଔଷଧ ପାଇବାରୁ ବଞ୍ଚିତ ହେଉଥିଲେ। ରାସ୍ତା କଡରେ ଔଷଧ ଫିଙ୍ଗି ଦେବାକୁ ନେଇ କେତେଜୋର ଯଥାର୍ଥ ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେବେ ଜିଲ୍ଲା ପ୍ରଶାସନ ସହିତ ସ୍ଵାସ୍ଥ୍ୟ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବା ସହ ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଥିଲା।





إرسال تعليق