ଆମ୍ବୁଲାନ୍ସ ଧକ୍କାରେ ବୃଦ୍ଧ ଗୁରୁତର,
ଚମ୍ପଟ ମାରି ୫ କିମି ଦୂରରେ ଧରାପଡିଲା ଆମ୍ବୁଲାନ୍ସ
ନୀଳଗିରି ,୧୪/୧୨(ଓଡ଼ିଶା ଆଦର୍ଶ): ଆମ୍ବୁଲାନ୍ସ ଧକ୍କାରେ ବୃଦ୍ଧ ଗୁରୁତର। ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରି ୫ କିମି ଦୂରରେ ଧରାପଡିଲା ଆମ୍ବୁଲାନ୍ସ।ସୂଚନା ମୁତାବକ ବାଲେଶ୍ବରର ଏକ ଘରୋଇ ଆମ୍ବୁଲାନ୍ସ ଯାହାର ନମ୍ବର (ଓଡି-୦୧ ୬୪୨୯)ରୋଗୀ ଛାଡି ଉଦଳାରୁ ବାଲେଶ୍ବର ଅଭିମୁଖେ ଆସୁଥିଲା।୧୯ ନଂ ରାଜ୍ୟ ରାଜପଥର ଛତ୍ରପୁର ଛକ ନିକଟରେ ଉକ୍ତ ଆମ୍ବୁଲାନ୍ସ ଛତ୍ରପୁର ଗ୍ରାମର ମହେନ୍ଦ୍ର ମହାନ୍ତିଙ୍କୁ ପଛ ପଟୁ ଧକ୍କା ଦେଇଥିଲା।ଫଳରେ ମହେନ୍ଦ୍ରଙ୍କ ବାମ ପାର୍ଶ୍ବ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବରହମପୁର ଡାକ୍ତରଖାନାକୁ ନେଇଥିଲେ।ହେଲେ ଆମ୍ବୁଲାନ୍ସଟି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ସ୍ଥାନୀୟ ଯୁବକ ଆମ୍ବୁଲାନ୍ସଟିକୁ ପିଛା କରି ବରହମପୁର ମେଡିକାଲ ଛକ ନିକଟରେ ଧରିବା ସହ ଉତ୍ତମ ମଧ୍ୟମ ଦେଇ ବରହମପୁର ଥାନାର ଜିମା ଦେଇଛନ୍ତି।ବରହମପୁର ପୋଲିସ ଆମ୍ବୁଲାନ୍ସ ଗାଡି ସହ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି।



Post a Comment