Header ADS

ହାତୀ କଳଦାନ୍ତ ଜବତ ସହିତ ୩ଶିକାରୀ ଗିରଫକଲା ବନବିଭାଗ।

 ହାତୀ କଳଦାନ୍ତ ଜବତ ସହିତ ୩ଶିକାରୀ ଗିରଫକଲା ବନବିଭାଗ।



ନୀଳଗିରି,୨୬/୧୨(ଓଡ଼ିଶା ଆଦର୍ଶ):କ୍ରମାଗତ ଭାବେ ଶିକାରୀମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବିଭିନ୍ନପ୍ରକାରର ମାରଣାସ୍ତ୍ର, ମୃତ ବନ୍ୟଜନ୍ତୁ, ଦେହାବଶେଷ ଜବତକରିବା ଏବଂ ସେମାନଙ୍କୁ ଗିରଫକରି ଜେଲ ହାଜତକୁ ପଠାଇବାଭଳି ଘଟଣା କୁଳଡିହା ବନବିଭାଗ ଦ୍ୱାରା ଦେଖିବାକୁ ମିଳିଛି। ମୁଖ୍ୟତଃ ମୃତହାତୀର ଦାନ୍ତ, ହାଡ଼ ଇତ୍ୟାଦିରୁ ପ୍ରୋସେଶିଂ କରି ନକଲି ହାତୀଦାନ୍ତ ନିର୍ମାଣକରି ବେପାରୀଙ୍କୁ ଉଚ୍ଚଦରରେ ବିକ୍ରିକରିବା , ବନ୍ୟଜନ୍ତୁଙ୍କ ମାଂସ ବିକ୍ରୀକରିବା ଘଟଣାକୁ କେନ୍ଦ୍ରକରି ବନବିଭାଗ କ୍ରମାଗତ ଭାବେ ଶିକାରୀମାନଙ୍କୁ ଗିରଫ ଜାରିରହିଥିବା ବେଳେ ପୁଣି ଗୁରୁବାର ମଧ୍ୟରାତ୍ରୀରେ ସୋରଥାନା ଅନ୍ତର୍ଗତ ମଙ୍ଗଳପୁର ନୂଆସାହି ଗ୍ରାମର ଦୁଇଭାଇ ମାଧବାନନ୍ଦ ପାତ୍ର ଏବଂ ସୁଦାମ ପାତ୍ରଙ୍କୁ ବନବିଭାଗ ଉଠାଇ ଆଣିଥିବା ବେଳେ ଅନୁରୂପ ଭାବେ ଉକ୍ତ ଥାନା ମଙ୍ଗଳପୁର ଅଞ୍ଚଳର ରାୟପିତାମ୍ବର ବରିସାହି ଗ୍ରାମର ଗୟାଧର ବେହେରାଙ୍କୁ ମଧ୍ୟ ଉଠାଇ ଆଣିଛି ବନବିଭାଗ। ବନବିଭାଗ ପକ୍ଷରୁ ସେମାନଙ୍କ ନିକଟରୁ ୩ଟି ହାତୀ କଳଦାନ୍ତ ଜବତ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ସେମାନଙ୍କ ପରିବାର ପକ୍ଷରୁ କୌଣସି ଦାନ୍ତ କିମ୍ବା ଅନ୍ୟ କୌଣସି ମାରଣାସ୍ତ୍ର ଜବତ କରିନଥିବା ପାଲଟା ଅଭିଯୋଗଆଣି ସେମାନଙ୍କୁ ଅକଥନୀୟ ନିର୍ଯାତନା ଦେବାସହିତ ପ୍ରଚୁର ମାଡମରିଥିବା କହିଛନ୍ତି।ବନବିଭାଗ ଉକ୍ତଘଟଣାର ଚେର ଲମ୍ବିଥିବା କହିଥିବା ବେଳେ ତଦନ୍ତରେ ଅଧିକଲୋକଙ୍କ ସମ୍ପୃକ୍ତିଥିବା ସୂଚନା ଦେଇଛନ୍ତି। ତେବେ ଆଜିସୁଦ୍ଧା ୨୫ଜଣକୁ ଉକ୍ତଘଟଣାରେ ସମ୍ପୃକ୍ତିଥିବା ଶିକାରୀଙ୍କୁ ଗିରଫ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Post a Comment

أحدث أقدم
Header ADS