ଗରିବ ମେଧାବୀ ଛାତ୍ର କୁ ଡାକ୍ତରୀ ଶିକ୍ଷା ପାଇଁ ସହାୟତା ରାଶି ପ୍ରଦାନ ।
ନୀଳଗିରି,୮/୧୧(ଓଡ଼ିଶା ଆଦର୍ଶ):ନୀଳଗିରି ବାଲିଗହୀରି ସ୍ଥିତ ରତ୍ନାକର ଟାଉନ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ମାନଙ୍କ ଦ୍ଵାରା ନବ ନିର୍ମିତ R.T.H.S Radhakrishna Charitable foundations ଦ୍ବାରା ବାଲେଶ୍ବର ଜିଲ୍ଲାର ସରସ୍ଵତୀ ପୁର ଅଞ୍ଚଳ ନିବାସୀ ସନ୍ତୋଷ କୁମାର ବେହେରା ଓ ଅମିତା ବେହେରା ଙ୍କ ର ସୁଯୋଗ୍ୟ ସନ୍ତାନ ତଥା ଜଣେ ମେଧାବୀ ଛାତ୍ର ଶ୍ରୀକାନ୍ତ ବେହେରା ଯିଏକି ଡାକ୍ତରୀ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଅର୍ଥାଭାବରୁ ଆଡ଼ମିଶନ ହୋଇ ପାରୁନଥିଲେ ଏହି ଖବର ପାଇବା ପରେ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ସତ୍ୟ ଗୋପାଲ ମହାପାତ୍ର ଓ ଭୋଲ୍ୟୁନ୍ଟର ତାପସ କୁମାର ପ୍ରଧାନ ଯାଇ ତା ୭/୧୧/୨୦୨୫ ତାରିଖ ରେ ଭେଟିଥିଲେ ଓ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଆଜି ରତ୍ନାକର ଟାଉନ ଉଚ୍ଚ ବିଦ୍ୟାଳୟ ର ପ୍ରାଙ୍ଗଣରେ ଟ୍ରଷ୍ଟ ର ଚେୟାରମେନ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ଓ ବାଲେଶ୍ଵର ଜିଲ୍ଲାର ସାଂସଦ ଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଙ୍କ ଉପସ୍ଥିତି ରେ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଓ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ମେଧାବୀ ଛାତ୍ର ଶ୍ରୀକାନ୍ତ ବେହେରା ଙ୍କୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇ ଶ୍ରୀକାନ୍ତ ବେହେରା ଆଗାମୀ ଭବିଷ୍ୟତ ରେ ଜଣେ ଭଲ ଡାକ୍ତର ହେବା ସହିତ ଗରିବ ଲୋକ ମାନଙ୍କୁ ସହାୟତା କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।



إرسال تعليق