Header ADS

ଦେବ ଦୀପାବଳି ମହୋତ୍ସବରେ ପ୍ରଦର୍ଶନ ହେଲା ଉତ୍କଳୀୟ କଳା ସଂସ୍କୃତିର ଝଲକ ।

 ଦେବ ଦୀପାବଳି ମହୋତ୍ସବରେ ପ୍ରଦର୍ଶନ ହେଲା ଉତ୍କଳୀୟ କଳା ସଂସ୍କୃତିର ଝଲକ ।



ପୁରୀ,୨୦/୧୧(ଓଡ଼ିଶା ଆଦର୍ଶ):ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଆୟୋଜିତ ହେଉଛି ଦେବ ଦୀପାବଳୀ ମହୋତ୍ସବ ୨୦୨୫, ଏହି ଅବସରରେ ଦ୍ୱିତୀୟ ଦିବସରେ ପୂର୍ବାହ୍ନରେ ଚିତ୍ରାଙ୍କନ ପ୍ରତିଯୋଗୀତା ଏବଂ ପାରମ୍ପରିକ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟାର ଉଦ୍ଘାଟନି ସମାରୋହରେ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ ମଞ୍ଚରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତୀକ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ନୀଳଗିରି ରାଣିମା ମନୋଜା ମଞ୍ଜରୀ ଦେବୀ ,ନୀଳଗିରି ଶ୍ରୀ ଜଗନ୍ନାଥ ମନ୍ଦିର ର ସେବାୟତ ସର୍ବଶ୍ରୀ ବ୍ରହ୍ମା ସରୋଜ କୁମାର ନନ୍ଦ, ବ୍ରହ୍ମା ପୂଣ୍ୟ ଶ୍ଳୋକ ନନ୍ଦ, ହରି ବନ୍ଧୁ କର ଓ ଅମ୍ବୁଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭ ରେ ହରିବନ୍ଧୁ କର ଙ୍କ ବେଦ ଉଚ୍ଚାରଣ ରେ ପ୍ରଦୀପ ପ୍ରଜ୍ବଳନ ସହ ସଭା ଆରମ୍ଭ ହୋଯାଇଥିଲା। ନୀଳଗିରି ର ରାଣୀ ମନୋଜା ମଞ୍ଜରୀ ଦେବୀ ଙ୍କ ଶ୍ରୀ ଜଗନ୍ନାଥ ତ୍ୱତ୍ୱ ହୃଦୟ ସ୍ପର୍ଶି ହୋଇଥିଲା, ଅନୁଷ୍ଠାନର ଅଧ୍ୟକ୍ଷ ତଥା ଛତିଶା ନିଯୋଗ ମହାନାୟକ ଶ୍ରୀଯୁକ୍ତ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ସମ୍ପାଦକ ସୁଭାନନ୍ଦ ପୁରୀ ମଠାଧୀଶ , ନୀଳଗିରି ଜଗନ୍ନାଥ ମନ୍ଦିର ବରିଷ୍ଠ ସେବାୟତ ମାନେ ଉପସ୍ଥିତ ରହି ଉତ୍ସବକୁ ଉଦ୍ଘାଟନ କରିଥିଲେ ।

ପରେ ପରେ ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ମାନେ ଯୋଗଦାନ କରି ଦର୍ଶକ ମାନଙ୍କର ଭରପୁର ମନୋରଞ୍ଜନ କରିଥିଲେ। ପ୍ରଥମେ ଘୋଡ଼ା ନାଚ ଏବଂ ପରେ ପରେ ମାହାରୀ ନୃତ୍ୟ,ଓଡ଼ିଶୀ ନୃତ୍ୟ, ଗୋଟିପୁଅ ନୃତ୍ୟ, ରଣପା ନୃତ୍ୟ, ଛଉ ନୃତ୍ୟ, ପଶୁମୁଖା ନୃତ୍ୟ, ପାଇକ ଆଖଡ଼ା, ଘୁମୁରା ନୃତ୍ୟ ଏବଂ ଶେଷରେ ନାଟକ "ଭକ୍ତି ଭକ୍ତ ଜଗନ୍ନାଥ" ପ୍ରଦର୍ଶିତ ହୋଇଥିଲା।

ଏହି ଉତ୍ସବରେ ସ୍ଥାନୀୟ ଦର୍ଶକଙ୍କ ସହିତ ଭାରତବର୍ଷର ବିଭିନ୍ନ କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ଏହି ପାରମ୍ପରିକ ଉତ୍ସବକୁ ଉପଭୋଗ କରିଥିଲେ।

ଏହି କାର୍ଯ୍ୟକ୍ରମ କୁ ସିଂହାରୀ ଆଲୋକ ଖୁଣ୍ଟିଆ ସଂଯୋଜନା କରିଥିବା ବେଳେ ହରେକୃଷ୍ଣ ସିଂହାରୀ, ନରେନ୍ଦ୍ର ମହାନ୍ତି, ନୀଳମଣି ଗୁରୁ, ଲକ୍ଷ୍ମୀନାରାୟଣ ଦାସ ପ୍ରମୁଖ ପରିଚାଳନା କରିଥିଲେ।

Post a Comment

أحدث أقدم
Header ADS