ବାଲେଶ୍ବର ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ ସାଂସଦ
ଭୁବନେଶ୍ୱର,୭/୧୦(ଓଡ଼ିଶା ଆଦର୍ଶ):ଆଜି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନ ରେ ସାକ୍ଷାତ କରି ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଯାହା ଭିନ୍ନ ଭିନ୍ନ କରଣ ପାଇଁ ଅଟକି ରହିଛି ବା ପ୍ରଶାସନିକ ବିଳମ୍ବ ହେଉଛି ସେ ବିଷୟ ରେ ଅବଗତ କରାଇବା ସହ ଏହାର ଆଶୁ ଓ ସ୍ଥାୟୀ ପ୍ରତିକାର ବିଷୟ ରେ ଲମ୍ବା ସମୟ ଧରି ଆଲୋଚନା କରିବା ସହିତ ଲିଖିତ ପତ୍ର ଦେଇଛନ୍ତି। ଯାହା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ ରୁ ସୂଚନା ମିଳିଛି।




إرسال تعليق