ଚୋରା କରତ କଳ ଉପରେ ଚଢ଼ାଉ,
ବହୁ ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ।
ନୀଳଗିରି,୨୭/୧୦(ଓଡ଼ିଶା ଆଦର୍ଶ): ନୀଳଗିରି ବନ ବିଭାଗ ଓ ବେତନଟୀ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଏକ ଚୋରା କରତ କଳ ଉପରେ ଚଢାଉ କରିଛନ୍ତି। ସୂଚନା ଅନୁଯାୟୀ ରେମୁଣା ଥାନା ଅନ୍ତର୍ଗତ ଗଣ୍ଡରଦା ପଞ୍ଚାୟତର ସିରାକୋଲି ଗ୍ରାମରେ ଏକ ଚୋରାରେ କରତ କଳ ଚାଲିଥିବାର ଖବର ପାଇ ମିଳିତ ଚଢ଼ାଉ କରିଥିଲେ। ବହୁ ମୂଲ୍ୟବାନ କାଠ ସହ ଯନ୍ତ୍ରାଂଶ ଜବତ କରିଛନ୍ତି। ଏହି ଚଢ଼ାଉରେ ନିଳଗିରି ରେଞ୍ଜର ମନ୍ ୱାର ଖାଁ, ଫରେଷ୍ଟର ମଞ୍ଜୁଲତା ପ୍ରଧାନ, ପ୍ରତିମା ସ, ରାମଚନ୍ଦ୍ର ଲେଙ୍କା, ବବିଶ୍ମିତ ସାହୁ, ଗାର୍ଡ ଧୃବେନ୍ଦ୍ର ନାୟକ, ବେତନଟୀ ରେଞ୍ଜର ପ୍ରଦୀପ କୁମାର ନାୟକ, ଫରେଷ୍ଟର ଜୟନ୍ତୀ ପାତ୍ର, ଗାର୍ଡ ଯୁଗଲ ବିଟ୍, ଉତ୍ତମ କୁମାର ଦାସ, ପ୍ରମୁଖ ସାମିଲ ଥିଲେ। ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।



Post a Comment