ବିଶ୍ଵ ହିନ୍ଦୁ ପରିଷଦର ମହାପ୍ରଭୁଙ୍କ ମହାପ୍ରସାଦ ବଣ୍ଟନ
ନୀଳଗିରି,୧୧/୧୦(ଓଡ଼ିଶା ଆଦର୍ଶ):ବିଶ୍ବହିନ୍ଦୁ ପରିଷଦର ଧର୍ମ ପ୍ରସାର ବିଭାଗର ସନ୍ଥ ପ୍ରବାସ ଯାତ୍ରାରେ ନୀଳଗିରି ପ୍ରଖଣ୍ଡ ସ୍ତରୀୟ ପୁରୀ ଜଗନ୍ନାଥଙ୍କ ମନ୍ଦିରରୁ ଆସିଥିବା ମହାପ୍ରସାଦ, ଜଗନ୍ନାଥଙ୍କ ଲକେଟ୍ ଓ ରକ୍ଷା ସୂତ୍ର ନୀଳଗିରି ଏନ. ଏ. ସି. ର ଷ୍ଟେସନ୍ ସାହି, ପଣ୍ଡା ଖଦାନ୍, ଡାହାଣୀ ମରା ଇତ୍ୟାଦି ଗ୍ରାମରେ ଘରେ ଘରେ ପରିବାରର ସମସ୍ତ ସଦସ୍ୟଙ୍କୁ ମନ୍ତ୍ର ପାଠରେ ମୁଣ୍ଡରେ ଚନ୍ଦନ ତିଳକ ଲଗାଇ ହାତରେ ମହାପ୍ରସାଦ ପ୍ୟାକେଟ ଦେଇ ବେକରେ ଜଗନ୍ନାଥଙ୍କ ଲକେଟ୍ ପିନ୍ଧେଇ ଥିଲେ । ବିଶ୍ଵହିନ୍ଦୁ ପରିଷଦର ଧର୍ମ ପ୍ରସାର ବିଭାଗର ବହୁ ସନ୍ଥ , ବହୁ ସଦସ୍ୟ ସଦସ୍ୟା ବଣ୍ଟନ ବେଳେ ସେ ସବୁ ଗ୍ରାମରେ ଏକ ଧର୍ମର ମାହୋଲ୍ ସୃଷ୍ଟି ହୋଇଥିଲା । ସନ୍ଥ ଦୟାନନ୍ଦ ଗିରି ମହାରାଜ, ସନାତନ ଗିରି ମହାରାଜ, ରାଜେନ୍ଦ୍ର ଗିରି ମହାରାଜ, ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ସମ୍ପାଦକ ରଶ୍ମି ରଞ୍ଜନ ଦାଶ, ଧର୍ମ ପ୍ରସାର ବିଭାଗର ବାଲେଶ୍ଵର ଜିଲ୍ଲା ପ୍ରମୁଖ କୁମୁଦ ରଞ୍ଜନ ଆଚାର୍ଯ୍ୟ ( କାହ୍ନୁ ), ଓଡ଼ିଶା ପୂର୍ବ ପ୍ରାନ୍ତର ସନ୍ଥ ପ୍ରମୁଖ ଶ୍ରୀଯୁକ୍ତ ବଳଭଦ୍ର ଶତପଥୀ, ପ୍ରାନ୍ତନିଧି ପ୍ରମୁଖ ସଂଗ୍ରାମ ପତି, ଉତ୍ତମ ବିଶ୍ଵାଳ, ରାଜ୍ କିଶୋର ରାଉତ୍, ବାସୁଦେବ ସ୍ୱାଇଁ, ମଣିଭଦ୍ର ମହାପାତ୍ର , ସମାଜ ସେବୀ ଟୁନୁ ପଟ୍ଟନାୟକ, ଦେବାଶିଷ ଷଡ଼ଙ୍ଗୀ, ଦିନେଶ ଭାଇ, ସୋରୋରୁ ରାକେଶ ମଲ୍ଲିକ, ଆରତୀ ଅପା, ଚିତ୍ତ ଭାଇ ଏବଂ ବିଶ୍ବହିନ୍ଦୁ ପରିଷଦର ଧର୍ମ ପ୍ରସାର ବିଭାଗ, ବଜରଙ୍ଗ ଦଳର ବହୁ କାର୍ଯ୍ୟ କର୍ତ୍ତା ସହଯୋଗ କରିଥିଲେ ।




إرسال تعليق