ବିଜୟା ଦଶମୀ ବନ୍ଧୁ ମିଳନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ।
ନୀଳଗିରି,୯/୧୦(ଓଡ଼ିଶା ଆଦର୍ଶ):ନୀଳଗିରି ସରସ୍ବତୀ ଶିଶୁ ମନ୍ଦିର କ୍ୟାମ୍ପସ ଠାରେ ଚଳିତ ବର୍ଷ ବିଜୟା ଦଶମୀ ବନ୍ଧୁ ମିଳନ ଉତ୍ସବ - ୨୦୨୫ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ମାର୍ଗ ଦର୍ଶନରେ ଆଗାମୀ ନଭେମ୍ବର ମାସରେ ଏହି କାର୍ଯ୍ୟକ୍ରମ କରିବା ପାଇଁ ସର୍ବସମ୍ମତି କ୍ରମେ ସଦସ୍ୟ ମାନଙ୍କ ଦ୍ୱାରା ନିଷ୍ପତ୍ତି ନିଆ ଯାଇଛି।ଏହି ବୈଠକରେ ବିଧାୟକ ସନ୍ତୋଷ ଖଟୁଆ, ଚନ୍ଦ୍ରବିନ୍ଦୁ ଦାସ,କରୁଣାକର ପଣ୍ଡା,ଚନ୍ଦ୍ର ଶେଖର ନନ୍ଦ,ମନୋରଞ୍ଜନ ବେହେରା,ମାରତଣ୍ଡ ମହାପାତ୍ର,ବିଜେପିର ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ତେବେ ଗତ ଦୁଇ ବର୍ଷ ଧରି କୌଣସି କାରଣରୁ ଏହି କାର୍ଯ୍ୟକ୍ରମ ବନ୍ଦ ରହିଥିବା ବେଳେ ପୁଣି ଚଳିତ ବର୍ଷ ଧୂମଧାମରେ ଏହି ଭବ୍ୟ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର ହୋଇଥିବାରୁ ନୀଳଗିରି ବିଜେପିର କର୍ମୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।




إرسال تعليق