Header ADS

ପଞ୍ଚଲିଙ୍ଗେଶ୍ଵର ଶିଶୁ ଉଦ୍ୟାନ ଏବେ ହସିବ

 ପଞ୍ଚଲିଙ୍ଗେଶ୍ଵର ଶିଶୁ ଉଦ୍ୟାନ ଏବେ ହସିବ

ସ୍ଥାନୀୟ କାର୍ଯ୍ଯକର୍ତ୍ତା ଙ୍କ ଉପସ୍ଥିତି ରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍ୟାନ ରେ ବୃକ୍ଷ ରୋପଣ କଲେ



ନୀଳଗିରି,୧୮/୯(ଓଡ଼ିଶା ଆଦର୍ଶ):ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ୭୫ ତମ ଜନ୍ମଦିବସ ଉପଲକ୍ଷେ ଦେଶବ୍ୟାପି ପାଳନ ହେଉଥିବା ସେବା ପକ୍ଷ ଅବସରରେ ପଞ୍ଚଲିଙ୍ଗେଶ୍ୱର ଠାରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ ଏବଂ କାର୍ଯ୍ୟକର୍ତ୍ତା ଙ୍କ ସହିତ ପାନ୍ଥନିବାସ ନିକଟସ୍ଥ ଶିଶୁ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ବୃକ୍ଷ ରୋପଣ କରି ଥିବା ଜଣାଯାଇଛି।ଏଠାରେ ସୂଚନା ଯୋଗ୍ୟ,ନୀଳଗିରିର ପ୍ରସିଦ୍ଧ ଶୈବ ପୀଠ ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠର ବିକାଶ ପାଇଁ ପୂର୍ବ ସରକାରଙ୍କ ସମୟରେ ୯୭ ଲକ୍ଷ ଟଙ୍କା ବ୍ୟୟ ରେ ଶିଶୁ ମାନଙ୍କ ପାଇଁ ଏକ ପାର୍କ ନିର୍ମାଣ କରାଯାଇ ଥିଲା।କିନ୍ତୁ ପରିତାପର ବିଷୟ ଏହି ପାର୍କ ଟି ଦୁର୍ନୀତି ଓ ଭ୍ରଷ୍ଟାଚାର ପାଇଁ ଅଧ ପନ୍ତରିଆ ଭାବେ ନିର୍ମାଣ କରି ବିନା ଫଳକରେ ବିଲ କରିନେଇ ଠିକାଦାର ପଳାଇଯାଇଥିଲେ।ଏହା ପରେ ପାର୍କ ଟି ପରିତ୍ୟକ୍ତ ଅବସ୍ଥାରେ ଦୀର୍ଘ ଦିନ ଧରି ପଡି ରହିଥିଲା।ଏ ନେଇ ଆମ ସମ୍ବାଦ ପତ୍ର ରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନଥିଲା ।ବିଳମ୍ବ ରେ ହେଲେ ମଧ୍ୟ ଶିଶୁ ଉଦ୍ୟାନ ଖୋଲିଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ହେଉଥିବା ସେବା ପକ୍ଷ ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରାଉଳ ଓ କାର୍ଯ୍ୟକର୍ତ୍ତା ମାନେ ନିଜସ୍ୱ ପାଣ୍ଠି ଏବଂ ଉଦ୍ୟମରେ ପାର୍କରେ ସୌନ୍ଦର୍ଯ୍ୟ କରଣ କାମ ଆରମ୍ଭ କରି ଥିବା ଦେଖାଯାଇଛି।ଯାହା ପ୍ରଶଂସନୀୟ ଅଟେ।ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସମେତ ଚନ୍ଦ୍ରବିନ୍ଦୁ ଦାସ,ଚନ୍ଦ୍ରଶେଖର ନନ୍ଦ,ମଣ୍ଡଳ ସଭାପତି ଅନନ୍ତ ଗିରି,ବଳରାମ ବିଶ୍ୱାଳ,ବସନ୍ତ ରାଉଳ,ଦେବାଶିଷ ଆଚାର୍ଯ୍ୟ, ରଂଜିତ ପଣ୍ଡିତ,ଗୋପୀ ବଲ୍ଳଭ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ସ୍ଥାନୀୟ ଲୋକ ଙ୍କ ଏପରି ମହତ କାର୍ଯ୍ୟ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

Post a Comment

Previous Post Next Post
Header ADS