Header ADS

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୀଳଗିରି ଅଞ୍ଚଳକମିଟି ବୈଠକ ଅନୁଷ୍ଠିତ

 ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୀଳଗିରି ଅଞ୍ଚଳକମିଟି ବୈଠକ ଅନୁଷ୍ଠିତ 



ନୀଳଗିରି,୨୫/୯(ଓଡ଼ିଶା ଆଦର୍ଶ):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୀଳଗିରି ଜୋନ କମିଟି ବୈଠକ ନୀଳଗିରି ସ୍ଥିତ ପାର୍ଟି ଅଫିସ ବନମାଳୀ ଭବନ ସଭାଗୃହ ରେ ଅନୁଷ୍ଠିତ ହୋଈ ଯାଇଛି l ବରିଷ୍ଠ ସଦସ୍ୟ ନିରଞ୍ଜନ ଜେନା ଙ୍କ ସଭାପତିତ୍ୱ ଅନୁଷ୍ଠିତ ଜୋନ ବୈଠକ ସଭା ରେ ଜୋନ ସମ୍ପାଦକ ବିଜୟ କୁମାର ସ, ପୂର୍ବତନ ଜିଲ୍ଲା ସମ୍ପାଦକ ତଥା ରାଜ୍ୟ କାର୍ଯକାରୀ କମିଟି ସଦସ୍ୟ ନିରଞ୍ଜନ ବାରିକ, ଜିଲ୍ଲା ସହ ସମ୍ପାଦକ ଆଇନ ଯିବି ଅଜୟ କୁମାର ପଟ୍ଟନାୟକ ମଞ୍ଚାସିନ ରହି ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା ହୋଉଥିଲା l ଗତ ୧୮ ଏବଂ ୧୯ ତାରିଖ କୃଷକମଞ୍ଚ ର ରାସ୍ତା ଅବରୋଧ ରେ ପାର୍ଟି ର ଭୂମିକା ତଥା ଈକୋ ସେନସିଟିଭ ଜୋନ ପ୍ରତ୍ୟାହାର ଦାବି ନେଇ କୃଷକ ମଞ୍ଚ ତରଫରୁ ନଭେମ୍ବର ମାସ ରେ ହେବା କୁ ଥିବା ଜିଲ୍ଲାପାଳ ଙ୍କ ଅଫିସ ଆଗରେ ହେବା କୁ ଥିବା ଆନ୍ଦୋଳନ କୁ ପାର୍ଟି ତରଫରୁ ସମ୍ପୂର୍ଣ ସମର୍ଥନ ଏବଂ ସହଯୋଗ କରିବା ସମ୍ପର୍କୀୟ ଆଲୋଚନା ହେବା ସହିତ ଗଣମାଧ୍ୟମ ରେ ପ୍ରକାଶିତ ବିଭ୍ରାନ୍ତି କର ଖବର ଉପରେ ତର୍ଜମା ନ କରି ପାର୍ଟି ନିର୍ଧାରିତ ଅନୁସାରେ ଗଣ ଆନ୍ଦୋଳନ ଗଢି ତୋଳିବା ହିଁ ଶ୍ରେୟସ୍କର ହେବ ବୋଲି ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା l

Post a Comment

أحدث أقدم
Header ADS