Header ADS

ଜୁମିଦ୍ ଖେରୱାଲ ଆଥଲେଟିକ କ୍ଲବ (ଜେକେଏସି)ଆନୁକୂଲ୍ୟରେ ୩୪ତମ ଦୁଇଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।

 ଜୁମିଦ୍ ଖେରୱାଲ ଆଥଲେଟିକ କ୍ଲବ (ଜେକେଏସି)ଆନୁକୂଲ୍ୟରେ ୩୪ତମ ଦୁଇଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। 



ନୀଳଗିରି, ୨୯/୯(ଓଡ଼ିଶା ଆଦର୍ଶ):ନୀଳଗିରି ବ୍ଳକ ଭଉଁରିଆବାଡ଼ ପଞ୍ଚାୟତ ତେରଲଡ଼ିହି ଖେଳପଡିଆରେ ଜୁମିଦ ଖେ୍ରୱାଲ ଆଥଲେଟିକ ଏଣ୍ଡ କଲଚୁରାଲ କ୍ଲବ(ଜେକେଏସି)ଆନୁକୂଲ୍ୟରେ ୩୪ ତମ ଦୁଇଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ସୋମବାର ଉଦ୍ଘାଟନୀ ଦିବସରେ ଉକ୍ତ ଅନୁଷ୍ଠାନର ଉଦ୍ୟକ୍ତା ମାନଙ୍କ ମଧ୍ୟରୁ ସ୍ବର୍ଗତ ନିମାଇଁ ଚରଣ ମାଝୀ, ସ୍ବର୍ଗତ କୈଳାସ ଚନ୍ଦ୍ର ମାଝୀ,ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ମାଝୀ,ସ୍ବର୍ଗତ ବ୍ରଜକିଶୋର ମାଝୀଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୀଳଗିରି ବ୍ଳକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭାରମ୍ଭ କରିବାସହିତ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ | ସମ୍ମାନିତଅତିଥି ଭାବେ ରିଜର୍ଭ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ମଦନମୋହନ ମାଝୀ ଯୋଗଦେଇ ଅନୁଷ୍ଠାନର ସ୍ବର୍ଗବାସି ଉଦ୍ୟକ୍ତା ମାନଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣକରିବା କ୍ଲବର ଏପରି କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ।ଅନ୍ୟତମ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବ୍ୟାଙ୍କଶାଖା ପରିଚାଳକ ଶରତ ଚନ୍ଦ୍ର ମାଝୀ, ଅବସରପ୍ରାପ୍ତ ଜେଲ ଡିଆଇଜି ରଘୁନାଥ ମାଝୀ, ଅବସରପ୍ରାପ୍ତ ପୋଲିସ ଏସଆଇ ଲମ୍ବୋଧର ମାଝୀ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ ତଥା ଉକ୍ତ କ୍ଲବର ପ୍ରତିଷ୍ଠାତା ସୁବ୍ରତ କୁମାର ମାଝୀ ଉପସ୍ଥିତ ଥାଇ ନିଜନିଜର ଅଭିଭାଷଣ ରଖିଥିଲେ। ପୂର୍ବାହ୍ନ ୧୧ଘଟିକା ସମୟରେ ଖେଳ ଆରମ୍ଭ ହୋଇଥିବାବେଳେ ଭୂମିଜ ଏଣ୍ଡ ଭୂମିଜ ଟିମ ସହିତ ମହାବଳିଆ ଏଫସି, ସିଂ ବ୍ରଦର୍ସ ଏଫସି ସହିତ ବଡକାଳିଆ ଟିମ, ଇଲେଭେନ ଫାଇଟର ସହିତ ଜଙ୍ଗଲୀ ଟାଇଗର, ସୁନାମି ଏଫସି ସହିତ ୱେଷ୍ଟ ବେଙ୍ଗଲର ବନଲତା ଏଫସି ଦଳ ମଧ୍ୟରେ ପ୍ରଥମ ଦିବସୀୟ ଖେଳ ହୋଇଥିଲା। ବୃଷଭାନୁ ମହାପାତ୍ର ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନକରିଥିବା ବେଳେ ରତନ କୁମାର ସ୍ୱାଇଁ ଓ ଅନ୍ୟ ଛଅଜଣ ରେଫରି ଖେଳପରିଚାଳନାର ଗୁରୁଦାୟିତ୍ବ ବହନ କରିଥିଲେ।ଅନୁଷ୍ଠାନର ସଭାପତି ଭରତ ଚନ୍ଦ୍ର ମାଝୀ, ସମ୍ପାଦକ ଗୋବିନ୍ଦ ମାଝୀ, ସଭ୍ୟ ପଙ୍କଜ ମାଝୀ, ଅଜୟ ମାଝୀ, ମାନସ ମାଝୀ, ଗୋସଦେଇ ମାଝୀ, ବାଇଧର ମାଝୀ, ବିଶ୍ୱନାଥ ମାଝୀ ପ୍ରମୁଖ ଖେଳ ପରିଚାଳନା ସହ ଶାନ୍ତିଶୃଙ୍ଖଳାର ପ୍ରମୁଖ ଦାୟିତ୍ବ ବହନ କରିଥିଲେ। ହଜାର ହଜାର ସଂଖ୍ୟାରେ ଦର୍ଶକ ଟୁର୍ଣ୍ଣାମେଣ୍ଟକୁ ମନୋଭରି ଉପଭୋଗ କରିଥିଲେ।ଆଜି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଥିବା ବେଳେ ସନ୍ଧ୍ୟାରେ ଆଦିବାସୀ ଯାତ୍ରା ହେବାର କାର୍ଯ୍ୟକ୍ରମ ରହିଥିବା କମିଟି ତରଫରୁ ସୂଚନା ମିଳିଛି।

Post a Comment

أحدث أقدم
Header ADS