ଶୁଣିଲାନି ପ୍ରଶାସନ ରାସ୍ତାରେ ବସିଲା କୃଷକମଞ୍ଚ
ପ୍ରଥମତଃ ନୀଳଗିରି ବଉଳଗଡିଆ ରାସ୍ତା ଦୂରାବସ୍ଥାର ମୁଖ୍ୟ ପ୍ରତିବନ୍ଧକ ସାଜିଥିବା କୁଳଡିହା ବନବିଭାଗର କଟକଣା ହଟାଇବା ସହିତ ଇକୋସେନ୍ସେଟିଭ୍ ଉଚ୍ଛେଦ , ରାସ୍ତାକୁ ପେଚପକା କାମନକରି ସମ୍ପୂର୍ଣ୍ଣ ପ୍ରଶସ୍ତିକରଣ ଏବଂ ନବୀକରଣ ସହ ପିଚୁ କିମ୍ବା କଂକ୍ରିଟ କରିବାକୁ ଦାବୀ ରଖାଯାଇଛି। ଏତଦଭିନ୍ନ ପାହାଡସୀମାରେ ସୌରବାଡ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଲେଶ୍ୱର ଡିଏଫଓଙ୍କ ଠାରେ ପଡିରହିଥିବା ଜମାଟଙ୍କାକୁ କୁଳଡିହା ରେଞ୍ଜରଙ୍କ ମାଧ୍ୟମରେ କାର୍ଯ୍ୟକରିବା, ୨୦୨୦ମସିହାରୁ ଉଚ୍ଚନ୍ୟାୟାଳୟରେ ବିଚାରାଧୀନ କୁଳଡିହା ଅଭୟାରଣ୍ୟର ସଠିକ୍ ସୀମା ନିର୍ଦ୍ଧାରଣ, ଇକୋସେନ୍ସେଟିଭ ପ୍ରତ୍ୟାହାର, ସଂପୃକ୍ତ ଅଂଚଳରେ ସରକାରୀ ଅର୍ଥରେ ନିର୍ମାଣାଧୀନ ପ୍ରକଳ୍ପ ଉପରେ ଜଙ୍ଗଲ ବିଭାଗର ସ୍ଥଗିତ ଆଦେଶ ପ୍ରତ୍ୟାହାର ସହ ପ୍ରକଳ୍ପର ପୁନଃନିର୍ମାଣ, ଅଭୟାରଣ୍ୟ ଅଞ୍ଚଳରେ ଉଚ୍ଚନ୍ୟାୟାଳୟ ଦେଇଥିବା ଜନଶୁଣାଣି ପାଇଁ ମୁଖ୍ୟମନ୍ତ୍ରୀ ମହୋଦୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବାପାଇଁ ଦାବୀକରି ଏହି ରାସ୍ତାରୋକ କରାଯାଇଛି। ଫଳରେ ରାସ୍ତାର ଉଭୟପାର୍ଶ୍ଵରେ ଶହଶହ ଗାଡି, ମଟର, ପର୍ଯ୍ୟଟକଙ୍କ ଗାଡି ଅଟକରହିଥିବା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ଖବରଲେଖା ହେବା ପର୍ଯ୍ୟନ୍ତ ଉକ୍ତ ସମସ୍ୟାର ସମାଧାନ ପାଇଁ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଦେଖିବାକୁ ମିଳିଛି। ମଞ୍ଚକୁ ସମର୍ଥନ ଜଣାଇ ବିଜେଡିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, କଂଗ୍ରେସର ଯୁବନେତା ତପନ କୁମାର ରାଉତ ସମର୍ଥନ ଜଣାଇଥିବା ବେଳେ ନୀଳଗିରିର ବରିଷ୍ଠ ସିପିଆଇ ନେତା ତଥା କୃଷକମଞ୍ଚର ଉପଦେଷ୍ଟା ନିରଞ୍ଜନ ବାରିକ, ସିପିଆଇ ଅଞ୍ଚଳ ସମ୍ପାଦକ ବିଜୟ ସ, ଅନିରୁଦ୍ଧ ବେହେରା, ହରେକୃଷ୍ଣ ପଣ୍ଡିତ, ନିରଞ୍ଜନ ଜେନା, ରାଧାଶ୍ୟାମ ଦାସ, ପ୍ରକାଶ ଚୌଧୁରୀ, ସାବିତ୍ରୀ ପଣ୍ଡା, ବାସନ୍ତୀ ନାୟକ, ଜୟନ୍ତ ମହାପାତ୍ର, ରବୀନ୍ଦ୍ର ନାୟକ, ଜୟନ୍ତୀ ମହାପାତ୍ର, ନିରଞ୍ଜନ ପଣ୍ଡିତ,ସୋମନାଥ ବେହେରା ପ୍ରମୁଖ ବାଉଁଶବଣିଆ ଛକଠାରେ ନେତୃତ୍ୱ ନେଇଥିବା ବେଳେ ଅନୁରୁପଭାବେ ସନ୍ତରାଗଡିଆ ଛକଠାରେ ସୀତାରାମ ଦାସଙ୍କ ନେତୃତ୍ୱରେ କୃଷକମଞ୍ଚର ଉପସଭାପତି ଉମାକାନ୍ତ ମଲ୍ଲିକ, ସମ୍ପାଦକ ନିହାରରଞ୍ଜନ ଜେନା, ଯୋଗେଶ୍ୱର ବେହେରା, କମଳାକାନ୍ତ ବାରିକ, ଲେଲିନ ଦେ ପ୍ରମୁଖ ଶହଶହ ନେତୃବର୍ଗ ଏହି ଧାରଣା ଏବଂ ରାସ୍ତାରୋକରେ ସାମିଲରହି ସମସ୍ୟାର ସ୍ଥାୟୀ ସମାଧାନ ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଏବଂ ରାସ୍ତାରୋକ ଜାରିରହିବ ବୋଲି ଚେତାବନୀ ଦେଇଛନ୍ତି।



إرسال تعليق