Header ADS

ଛାତ୍ରଛାତ୍ରୀଙ୍କ ପାଇଁ ବସ୍‌ରେ ଯିବାଆସିବା କରିବା ସମ୍ପୂର୍ଣ୍ଣ ମାଗଣା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

 ଛାତ୍ରଛାତ୍ରୀଙ୍କ ପାଇଁ ବସ୍‌ରେ ଯିବାଆସିବା କରିବା ସମ୍ପୂର୍ଣ୍ଣ ମାଗଣା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା



ଭୁବନେଶ୍ୱର,(ଓଡ଼ିଶା ଆଦର୍ଶ ବ୍ୟୁରୋ):ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ବସରେ ମାଗଣା ସ୍କୁଲ ଯାଇପାରିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ନିଜର ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ ଯାଇପାରିବେ ।

ସେ ଆହୁରି କହିଛନ୍ତି ଯେ, ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ।ଭାରତୀୟ ଶିକ୍ଷାନୀତି ଅନୁଯାୟୀ, ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବ।

ଏନସିଇଆରଟି ଢାଞ୍ଚାରେ ଏସସିଇଆରଟିକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ। ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

Post a Comment

أحدث أقدم
Header ADS