ମାନଵଅଧିକାର ଆୟୋଗ ଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ସାମ୍ବାଦିକ ଲୋକନାଥ ଙ୍କୁ ୫ଲକ୍ଷ ଟଙ୍କା କ୍ଷତି ପୂରଣଦେବାକୁ ନିର୍ଦ୍ଦେଶ
ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ର କାର୍ଯ୍ୟରତ ସମ୍ବାଦ ପ୍ରତିନିଧି ଲୋକନାଥ ଦଳେଇ ଗତ ୪/୪/୨୦୨୨ମସିହା ରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ ଗୃହରକ୍ଷୀ ନିରଂଜନ ରଣା(୬୨) ସାମ୍ବାଦିକ ଙ୍କୁ ଧକ୍କା ଦେଇଥିଲେ।ସାମ୍ବାଦିକ ଓ ଗୃହ ରଖି ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା।ମାତ୍ର ଗୃହରକ୍ଷୀ ଶ୍ରୀ ରଣା ଏକ କପୋଳ କଳ୍ପିତ ମିଥ୍ୟା ଅଭିଯୋଗ ଥାନାରେ ଦେଇଥିଲେ।ଯେହେତୁ ସେ ପୋଲିସ ବିଭାଗର ଲୋକ ଅଧିକ ତତ୍ପରତାପ୍ରକାଶ କରି ନୀଳଗିରି ଥାନାର ତତ୍କାଳୀନ ଆଇଆଇସି ଦୌପଦି ଦାସ ୬/୪/୨୨ରେ ଗିରଫ କରିଥିଲେ।ସାମ୍ବାଦିକ ଜଣକ ମଧୁମେହ ଓ ଉଚ୍ଚ ରକ୍ତ ଚାପ ରେ ପୀଡିତ ଥିବାରୁ ପୋଲିସ ଆଇନ ଅନୁଯାୟୀ ନିଳଗିରୀ ମେଡ଼ିକାଲଭର୍ତ୍ତି କରିଥିଲେ।ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ଵରମେଡ଼ିକାଲ କୁ ପୋଲିସ ନେଇଯାଇଥିଲା।ଚିକିତ୍ସା ସମୟ ରେ ହଠାତ ରାତିରେ ଗୋଡ଼ ରେ ବେଡି ପକାଇ ବେଡି ରେ ଚାବି ପକାଇ ଦେଇଥିଲେ।ଉକ୍ତ ଘଟଣା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପରେ ଏନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ପ୍ରତାପ ଷଡ଼ଙ୍ଗୀ,ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ନୀଳଗିରି ପୂର୍ବତନ ବିଧାୟକ ଇଂ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଅକ୍ଷୟ କୁମାର ଆଚାର୍ଯ୍ୟ, ପ୍ରଦୀପ୍ତ ପଣ୍ଡା, ସିପିଆଇ ର ଜିଲ୍ଲା ସମ୍ପାଦକ ନିରଂଜନ ବାରିକ ,ସିପିଆଇ (ଏମ)ଜିଲ୍ଲା କମିଟି ସଦସ୍ୟ ବିଜୟ କୁମାର ପାତ୍ର,ସାମ୍ବାଦିକ ରବି ରାଉତ ସମେତ ନୀଳଗିରି ସାମ୍ବାଦିକ, ବ୍ୟବସାୟୀ, ଆଇନଜୀବୀ , ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସଭାପତି ବିଭୁତିଭୂଷଣ କର, ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି,କୈଳାସ ନାୟକ ,ବାଲେଶ୍ଵର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ର ସମସ୍ତ କର୍ମ କର୍ତା, ସଭ୍ୟ ସଭ୍ୟା, ଅନ୍ୟ ସମସ୍ତ ସାମ୍ବାଦିକ ସଙ୍ଘ ଓ ସାଧାରଣ ଜନତା , ନିନ୍ଦା କରିବା ସହ ସାମ୍ବାଦିକ ଙ୍କୁ ନ୍ୟାୟ ପାଇଁ ଦାବୀ କରଥିଲେ।ଏନେଇ ସମଗ୍ର ଭାରତ ବର୍ଷରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ଏପରି କି ଦଳଗତ ନିର୍ବିଶେଷରେ ନୀଳଗିରି ବନ୍ଦ ହୋଇଥିଲା।ପରେ ତରବରିଆ ଭାବେ ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ୧୧/୪/୨୨ତାରିଖରେ ଆଣି ନିଳଗିରି କୋର୍ଟ ହାଜର କରି ମିଥ୍ୟା ଦଫା ଲଗାଇ ଜେଲ କୁ ପଠାଇ ଥିଲେ। ଘଟଣା କୁ ଚପାଇବା ପାଇଁ ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ,ନୀଳଗିରି ଥାନାର ତତ୍କାଳୀନ ଆଇଆଇସି ଦୌପଦି ଦାସ, ଆଇଓ ସୁବର୍ଣ୍ଣା ବେହେରା ଙ୍କୁ ହେଡ କ୍ବାଟରକୁ ନେଇ ଥଇଥାନ କରିଥିଲେ।ତତ୍କାଳୀନ ବାଲେଶ୍ଵର ଏସେପି ସୁଧାଂଶୁ ଶେଖର ମିଶ୍ର,ତତ୍କାଳୀନ ନୀଳଗିରି ଏସଡ଼ିପିଓ ରିତେଶ ମହାପାତ୍ର ଙ୍କ ବିରୋଧ ରେ କିଛି କାର୍ଯ୍ୟନୁଷ୍ଠାନ ନେଇନଥିଲେ।ଏନେଇ ପ୍ରଦୀପ୍ତ ନାୟକ ଓ ଜୟକୃଷ୍ଣ ମହାନ୍ତି ମାନବଧିକାର ଆୟୋଗ ନିକଟରେ ୮/୪/୨୨ଦିନ ଅଭିଯୋଗ କରିଥିଲେ।ଏନେଇ ୫୮୭/୨୨ଏକ ମାମଲା ରୁଜ୍ଜୁ ହୋଇଥିଲା।ମାନବାଧିକାର ଆୟୋଗ ଏସ୍ ବି ପରିଜା, ସଦସ୍ୟ ଅମିତ ଅମିତାଭ ଦାସ ଉକ୍ତ କେଶ ବିଚାର କରି ୩୦/୬/୨୫ତାରିଖରେ ଦିନ ପୋଲିସ ପକ୍ଷରୁ ହାବିଲଦାର ଚିତ୍ତ ରଞ୍ଜନ ସିଂ ଓ ନୀଳଗିରି ଥାନାର ତତ୍କାଳୀନ ଏସ୍ ଆଇ ତଥା ଆଇଓ ସୁବର୍ଣ୍ଣା ବେହେରା ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୨ମାସ ଅର୍ଥାତ ୧୮/୯/୨୫ତାରିଖ ସୁଦ୍ଧା ଗୃହ ବିଭାଗ ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ୫ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଉକ୍ତ ଅର୍ଥ ପରବର୍ତ୍ତୀ ସମୟରେ ହାବିଲଦାର ଚିତ୍ତରଞ୍ଜନ ସିଂ ଓ ଆଇଓ ସୁବର୍ଣ୍ଣା ବେହେରା ଙ୍କ ଠାରୁ ଆଦାୟ କରି ରାଜକୋଷ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏନେଇ ସାମ୍ବାଦିକ ଲୋକନାଥ ଦଳେଇ ଙ୍କୁ ପଚାରିବାରୁ ଏହା ସତ୍ୟ ର ଜୟ ହୋଇଛି ବୋଲି କହିବା ସହିତ ସମସ୍ତ ସାମ୍ବାଦିକ, ବିଭିନ୍ନ ସଂଗଠନ, ବିଭିନ୍ନ ରାଜନେତା ଓ ଜନସାଧାରଣ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି।
إرسال تعليق