ବିଦ୍ୟୁତ୍ ତାର ଚୋରି ଘଟଣାରେ ୪ଅଭିଯୁକ୍ତ କୋର୍ଟ ଚାଲାଣ।
ବୋଲେରୋ ଗାଡ଼ି ସହ ତାର ଜବତ।
ନୀଳଗିରି,୧୯/୮(ଓଡ଼ିଶା ଆଦର୍ଶ): ନୀଳଗିରି ପୋଲିସ ଏକ ବିଦ୍ୟୁତ୍ ତାର ଚୋରି ଠକଙ୍କୁ ସାବଡ କରିବା ସହ ୪ଠକ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ନୀଳଗିରି ଥାନା ଅନ୍ତର୍ଗତ ଦକ୍ଷିଣ ନରସିଂହପୁର ଗ୍ରାମର ଏକ ନୂତନ ଏଲ୍, ଆଇ, ପଏଣ୍ଟ କୁ ଠିକାଦାର ଜଣକ ବିଦ୍ୟୁତ୍ ସଂଯୋଗ କରିଥିଲେ। ଗତ ୧୬/୮/୨୫ରିଖ ରାତିରେ ରେମୁଣା ଥାନା ଅନ୍ତର୍ଗତ ମୁଖୁରା ଗ୍ରାମର ଶ୍ରୀକାନ୍ତ ସାହୁ ଓ ରେମୁଣା ରସୁଲପୁର ଗ୍ରାମର ସଞ୍ଜୟ କୁମାର ଜେନା ଏକ ବୋଲେରୋ ଗାଡ଼ି (ଓଡ଼ି ଜିରୋ ୱାୟନ୍ ଏନ୍-୩୫୦୦) ରେ ଦକ୍ଷିଣ ନରସିଂହପୁର କଲେଜ ନିକଟରେ ଥିବା ନୂତନ ପଏଣ୍ଟ ହାଉସ କୁ ଯାଇଥିବା ବିଦ୍ୟୁତ୍ ତାର କୁ କାଟି ନେଇଥିଲେ। ସକାଳେ ଠିକାଦାର କିସାନ ପ୍ରକାଶ ଦାସ ତାର ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ। ଚୋରି ବାବଦରେ ସେଦିନ ସୁରାକ୍ ପାଇ ନଥିଲେ। ତା ପର ଦିନ ଠିକାଦାର ଜଣକ ରାତିରେ ଚୋରଙ୍କୁ ଧରିବା ପାଇଁ ଜଗି ବସିଥିଲା। ପୁଣି ଶ୍ରୀକାନ୍ତ ଓ ସଞ୍ଜୟ ଉକ୍ତ ବୋଲେରୋ ଗାଡ଼ିରେ ତାର ଚୋରି ପାଇଁ ଯାଇଥିଲେ। ଜଣେ ଖୁଣ୍ଟିକୁ ଚଢ଼ୁ ଥିବା ବେଳେ ଠିକାଦାର କିସାନ୍ କାବୁ କରି ସ୍ଥାନୀୟ ଲୋକଙ୍କୁ ଡାକି ଦୁଇ ଜଣ କୁ ଅଟକ ରଖି ପୋଲିସ କୁ ଖବର ଦେବା ପରେ ପୋଲିସ ଦୁଇ ଜଣଙ୍କୁ ଥାନାକୁ ଆଣିବା ସହ ବୋଲେରୋ ଗାଡ଼ିକୁ ଜବତ କରିଛି। ଦୁଇ ଜଣଙ୍କୁ ପୋଲିସ୍ ଜେରା କରିବା ପରେ ଶ୍ରୀକାନ୍ତ ଓ ସଞ୍ଜୟ ୧୨୦କିଲୋ ତାରକୁ ଦେଇଥିବା ଫୁଲାଡି କଣ୍ଟା ବଣିଆ ଗ୍ରାମର ଏସ, କେ, ରହିମ୍ ନିକଟରେ ପହଞ୍ଚି ଥିଲେ। ଏସ, କେ, ରହିମ ଉକ୍ତ ତାରକୁ ବାଲେଶ୍ଵର ଅର୍ଡର୍ ବଜାର ର ଏସ, କେ, ଅଜ୍ ବାହାର କୁ ବିକ୍ରି କରି ୧୬୦୦୦ହଜାର ଟଙ୍କା ଆଣିଥିବାର ପୋଲିସ୍ ତଦନ୍ତରୁ ଜଣା ପଡିଛି। ସମସ୍ତ ୪ଅଭିଯୁକ୍ତକୁ ନୀଳଗିରି ପୋଲିସ୍ ଗିରଫ କରି ଚୋରି ତାରକୁ ଜବତ କରିଛି। ଏନେଇ ଠିକାଦାର ଙ୍କ ଅଭିଯୋଗ ମୂଳେ ନିଳଗିରି ଥାନାରେ ୩୨୯/୨୫ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ୪ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଫିସର ଜିତେନ ନାୟକ ପ୍ରକାଶ କରିଛନ୍ତି।



Post a Comment