Header ADS

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ

 ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ



ନୀଳଗିରି,୨୩/୮(ଓଡ଼ିଶା ଆଦର୍ଶ):ନୀଳଗିରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ତିନି ଦିନ ଧରି ଚାଲିବାକୁ ଥିବା ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍ଘାଟିତ ହୋଇଯାଇଛି। ଏହି ଜ୍ଞାନ ବିଜ୍ଞାନ ମେଳାରେ ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱରର ମୋଟ ୨୫୦ ରୁ ଉର୍ଦ୍ଧ୍ବ ଛାତ୍ର/ଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ବିଜ୍ଞାନ,ଗଣିତ ବିଭାଗରେ ୬୫ ଗୋଟି ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ କରାଯାଇଛି।ଏହି ବିଜ୍ଞାନ ମେଳା ନିମନ୍ତେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଉଦ୍ଘାଟନ କରିଥିଲେ । 


ମୁଖ୍ୟ ବକ୍ତା ଭାବେ ପ୍ରାନ୍ତ ପରୀକ୍ଷା ପ୍ରମୁଖ ରୁଦ୍ରନାରାୟଣ ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ସୋନମ ଦାସ,ଡ. ଲକ୍ଷ୍ମୀକାନ୍ତ ମହାରଣା,କିରଣ କୁମାର ମହାରଣା,ନିରୀକ୍ଷକ ବିଜନ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ।ସ୍କୁଲର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ବାରିକ ସଭାପତିତ୍ବ କରିଥିବା ବେଳେ, ହୃଷିକେଶ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ।ବିଦ୍ୟାଳୟର ରଶ୍ମୀରେଖା ବାରିକ,ପ୍ରଭାମଞ୍ଜରୀ ନାୟକ,ସୁଶାନ୍ତ କୁମାର ପାତ୍ର,ଶ୍ରୀଧର ପାତ୍ର,ବନଜା ମହାପାତ୍ର,ସମର୍ପିତା କାନୁନଗୋ,ରୋଜାଲିନ ଦାଶ,ସୂଚେତା ରାଉଳ,ଭବେନ୍ଦ୍ର ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

أحدث أقدم
Header ADS