ନୀଳଗିରି ବିଜେପି ପକ୍ଷରୁ ରକ୍ଷା ବନ୍ଧନ - ୨୦୨୫ ପାଇଁ ପ୍ରସ୍ତୁତି ବୈଠକ,
ଏଥର ସାଂସଦ ଙ୍କ ତରଫରୁ ୫ଲକ୍ଷ ରାଖୀ
ନୀଳଗିରି,୬/୮(ମିଏସ): ଚଳିତ ବର୍ଷ ପବିତ୍ର ରାଖୀ ପୂର୍ଣ୍ଣମୀ ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ପ୍ରେରଣା ରେ ରକ୍ଷା ବନ୍ଧନ- ୨୦୨୫ ପାଳନ ହେବାକୁ ଯାଉଛି। ବାଲେଶ୍ୱର,ବାଲିଆପାଳ,ଔପଦା,ଖନ୍ତାପଡ଼ା ଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ନୀଳଗିରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର କ୍ୟାମ୍ପସରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ବୈଠକରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବାଲେଶ୍ଵର ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ,ସାଂସଦ ପ୍ରତିନିଧି କରୁଣାକର ପଣ୍ଡା,ନୀଳଗିରି ଏନଏସି ଚେୟାରମ୍ୟାନ ମହେନ୍ଦ୍ର ନାଥ ବେହେରା,ଚନ୍ଦ୍ରଶେଖର ନନ୍ଦ,ମନୋରଞ୍ଜନ ବେହେରା, ସୂର୍ଯ୍ୟକାନ୍ତ ବିଶ୍ୱାଳ,ପ୍ରଫୁଲ୍ଲ ଦଳେଇ,ବଳରାମ ବିଶ୍ୱାଳ, ରବୀନ୍ଦ୍ର ନାୟକ, ମନୋରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ପ୍ରତି ବର୍ଷ ଭଳି ନୀଳଗିରିରେ ସାଂସଦଙ୍କ ପ୍ରେରଣାରେ ଚଳିତ ବର୍ଷ ମଧ୍ୟ ରକ୍ଷା ବନ୍ଧନ ଉତ୍ସାହର ସହ ବିଜେପିର କାର୍ଯ୍ୟକର୍ତ୍ତା ମାନେ ଗାଁ,ସ୍କୁଲ,ଡାକ୍ତର ଖାନା,ମନ୍ଦିର ଇତ୍ୟାଦି ଜାଗାରେ ରାକ୍ଷୀ ଗୀତ ଗାନ କରିବା ସହିତ ମିଠା ଖୁଆଇ ପାଳନ କରିବେ ବୋଲି ଜଣାଯାଇଛି।ମାନ୍ୟବର ସାଂସଦ ଓ ମାନ୍ୟବର ବିଧାୟକ ମଧ୍ୟ ବିଭିନ୍ନ ଜାଗାରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଚଳିତ ବର୍ଷ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱର ଜିଲ୍ଲାରେ ୫ ଲକ୍ଷ ରାକ୍ଷୀ ବଣ୍ଟନ କରିଥିବା ନେଇ ଆଜିର ବୈଠକରେ ସୂଚନା ମିଳିଛି। ତେବେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜିର ସାମ୍ପ୍ରତିକ ପରିସ୍ଥିତିରେ ନିଜ ନିଜ ଭିତରେ ଥିବା ବାଦ ବିବାଦ ର ଅବସାନ ଘଟାଇ ଜାତୀୟ ଏକତାର ମନୋଭାବ ରଖି ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମକୁ ପାଳନ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି।
إرسال تعليق