Header ADS

ପ୍ରଧାନଶିକ୍ଷକଙ୍କୁ ଭାବପୂର୍ଣ୍ଣ ପରିବେଶରେ ବିଦାୟକାଳୀନ ସମ୍ବର୍ଦ୍ଧନା

 ପ୍ରଧାନଶିକ୍ଷକଙ୍କୁ ଭାବପୂର୍ଣ୍ଣ ପରିବେଶରେ ବିଦାୟକାଳୀନ ସମ୍ବର୍ଦ୍ଧନା



ନୀଳଗିରି,୩୧/୭(ଓଡ଼ିଶା ଆଦର୍ଶ):ନୀଳଗିରିର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ କୈଳାସ ଚନ୍ଦ୍ର ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ବିଶ୍ଵାଳ ଆଜି ଅବସର ଗ୍ରହଣ କରିଛନ୍ତି। ଏକ ଭାବାବେଗପୂର୍ଣ୍ଣ ପରିବେଶରେ ପ୍ରଧାନଶିକ୍ଷକଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀ ତଥା ପ୍ରାକ୍ତନ ଛାତ୍ର ଡ.ବସନ୍ତ କୁମାର ନାୟକ ମୁଖ୍ୟଅତିଥି, ନୀଳଗିରି ମ୍ୟୁନିସିପାଲିଟି ଭାରାପ୍ରାପ୍ତ ଅଧ୍ୟକ୍ଷ ମହେନ୍ଦ୍ରନାଥ ବେହେରା ବିଶିଷ୍ଟ ଅତିଥି, ସମ୍ମାନିତଅତିଥି ଭାବେ ଅତିରିକ୍ତ ଗୋଷ୍ଠୀଶିକ୍ଷା ଉନ୍ନୟନ ଅଧିକାରୀ ମିହିର କୁମାର ଦାସ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଲମ୍ବୋଦର ସିଂ, ଅବସରପ୍ରାପ୍ତ ପୂର୍ବତନ ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ବାମନ ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଯତୀନ୍ଦ୍ରନାଥ ଭୋଳ, ଏସଏମସି ସଭାପତି ଲକ୍ଷ୍ମୀଧର ରାଉଳ ପ୍ରମୁଖ ମଞ୍ଚାସୀନ ଥିଲେ।ପ୍ରଥମେ ବେଦପାଠ ଏବଂ ପ୍ରଦୀପ ପ୍ରଜ୍ବଳନ ସହ ବିଦାୟୀ ସଙ୍ଗୀତଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ପରେ ମୁଖ୍ୟଅତିଥି ଏବଂ ଅନ୍ୟ ଅତିଥିମାନଙ୍କ ଦ୍ଵାରା ବିଦାୟୀ ଶିକ୍ଷକ ଭୀମସେନ ବିଶ୍ୱାଳଙ୍କୁ ପୁଷ୍ପମାଲ୍ୟ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପରେ ତାଙ୍କର ଶିକ୍ଷକତା ଜୀବନ ଉପରେ ସାରଗର୍ଭକ ଭାଷଣ ଦେଇଥିଲେ। ଶ୍ରୀଯୁକ୍ତ ବିଶ୍ୱାଳ ତାଙ୍କ ଶିକ୍ଷକତା ଜୀବନରେ ଛାତ୍ର/ଛାତ୍ରୀ ମାନଙ୍କୁ ସରଳ, ନିତିନିଷ୍ଠ, ସମୟାନୁବର୍ତ୍ତି ହୋଇ ଅଧ୍ୟୟନ କରିବାକୁ ଦିଗଦର୍ଶନ ଦେବାସହ କେବଳ ପୁସ୍ତକ ମନସ୍କ ନହୋଇ ସମାଜରେ ଜଣେ ଉତ୍ତମ ସଂସ୍କାରି ବିଦ୍ୟାର୍ଥୀ ହେବାକୁ ପରାମର୍ଶ ଦେଇଥିବା ଅଭିଭାଷଣରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଲୁମିନି କମିଟିର ସଭାପତି ସୁରଞ୍ଜନ ମହାପାତ୍ର, ଆଲୁମିନି ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଅପର୍ଣ୍ଣା ନାୟକ ମଞ୍ଚାସୀନଥାଇ ବିଦାୟୀ ପ୍ରଧାଶିକ୍ଷକଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ଅଶ୍ରୁଳ ଭାବାବେଗପୂର୍ଣ୍ଣ ବିଦାୟୀ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ,କର୍ମଚାରୀ,ଅଭିଭାବକ ଓ ଛାତ୍ର/ଛାତ୍ରୀ ମାନେ ପ୍ରଧାନଶିକ୍ଷକ ଶ୍ରୀ ବିଶ୍ବାଳଙ୍କୁ ଅଶ୍ରୁଳ ବିଦାୟ ଦେଇଥିବା ଦେଖାଯାଇଛି।

Post a Comment

أحدث أقدم
Header ADS