Header ADS

ସାହାର୍ଦ୍ଦା ଗ୍ରାମ ରେ ମହାପ୍ରଭୁଙ୍କ ବାହୁଡାଯାତ୍ରା

ସାହାର୍ଦ୍ଦା ଗ୍ରାମ ରେ ପବିତ୍ର ମହାପ୍ରଭୁଙ୍କ ବାହୁଡାଯାତ୍ରା 


ରେମୁଣା ,୫/୭(ଓଡ଼ିଶା ଆଦର୍ଶ): ଜିଲ୍ଲା ରେମୁଣା ବ୍ଲକ ଅନର୍ଗତ ବରୁଣସିଂ ପଞ୍ଚାୟତ ସାହାର୍ଦ୍ଦା ଗ୍ରାମ ରେ ପବିତ୍ର ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଛି, ଉକ୍ତ ରଥଯାତ୍ରା  ବାହୁଡ଼ାଯାତ୍ରା ଆଜିକି କୁ ପ୍ରାୟ 44ବର୍ଷ ପୃବେ ସାହାର୍ଦ୍ଦା ଗ୍ରାମ ର ହଳଧର ବେହେରା, ରବିନାରାୟଣ ବାରିକି, ଅନନ୍ତ ବେହେରା ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମାତା ସୁଭଦ୍ରା ଙ୍କୁ ଛଟ ରଥ କରିପୂଜା କରୁଥିଲେ,


କିଛି ବର୍ଷ ପୃବେ ଉକ୍ତ ଗ୍ରାମ ର ରଘୁନାଥ ମହାନ୍ତି ତାଙ୍କ ନିଜ ଜମିକୁ ସୋ ହସ୍ତ ରେ ପ୍ରଭୁଙ୍କ ନାମରେ ପ୍ରଦାନ କରିଥିଲେ ସେବେଠୁ ଉକ୍ତ ଜମିରେ ଛଟିଆ ମନ୍ଦିର ଟିଏ କରି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜା ସମେତ ରଥଯାତ୍ରା ସହ ବାହୁଡ଼ାଯାତ୍ରା କରି ଆସୁଛନ୍ତି,

ପ୍ରଭୁ ଙ୍କ ମହିମା ଅପାର କହିଲେ ନସରେ, ଉକ୍ତ ଗ୍ରାମ ରବୀନ୍ଦ୍ର ମହାକୁଡ଼ କିଛି ଦିନ ପୃବେ ପୁରୀ ବୁଲିବାକୁ ଯାଇଥିଲେ ପୁରୀ ସମୁଦ୍ର ରେ ଗାଧେଇବା ସମୟ ରେ ପ୍ରଭୁ ଭାସି ଆସି ତାଙ୍କ ନିକଟରେ ରେ ପଂହଁଚି ଥିଲେ ରବୀନ୍ଦ୍ର ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କୁ କଳେଇ ଆଣିଥିଲେ, ରବୀନ୍ଦ୍ର ପ୍ରଭୁ ଙ୍କୁ କିଛି ଦିନ ପୃବେ ନବକଳେବର କରି ଉକ୍ତ ମନ୍ଦିର ରେ ସ୍ଥାପନା କରିଥିଲେ ଆଜି ପବିତ୍ର ରଥଯାତ୍ରା ସହିତ ବାହୁଡ଼ାଯାତ୍ରା ରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଙ୍କୁ ରଥ ରେ ବସାଇ ରାଜା ହଳଧର ବେହେରା ଓ ସାର୍ଥକ ଦାସପଟ୍ଟନାୟକ ଛେରା ପଂହଁରା ସମେତ ବାଜା ଓ କୀର୍ତ୍ତନ କରି ମାଉସି ମା ମନ୍ଦିର ଯାଏ ନେଇ ଆସିଥିଲେ,


ଉକ୍ତ ବାହୁଡ଼ାଯାତ୍ରା କୁ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ରବିନ୍ଦ୍ର ମହାକୁଡ଼, ହଳଧର ବେହେରା, ହରିଶ ଦାସପଟ୍ଟନାୟକ, ସାର୍ଥକ ଦାସ ପଟ୍ଟନାୟକ,ବସନ୍ତ ମହାନ୍ତି,ରବିନାରାୟଣ ବାରିକ, କାର୍ତ୍ତିକ ଚନ୍ଦ୍ର ନନ୍ଦ, ଶରତ ବାରିକ, ଶ୍ରୀଧର ମହାନ୍ତି, ଯତୀନ୍ଦ୍ର ମହାନ୍ତି, ରତିକାନ୍ତ ବେହେରା, ମୁକ୍ତିକାନ୍ତ ମହାନ୍ତି, ଶ୍ରୀଧର ବେହେରା ଉଦୟନାରାୟ ବେହେରା ଓ ମନ୍ଦିର ର କମିଟି ସଦସ୍ୟ ସମେତ ଗ୍ରାମର ୱାର୍ଡମେମ୍ବର ସାମଘନ ଦାସ, ଗ୍ରାମ ବାସି ବୃନ୍ଦ ଓ ବହୁ ଦୂର ଦୁରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ପବିତ୍ର ବାହୁଡା଼ ଯାତ୍ରା ରେ ଯୋଗଦେଇଥିଲେ,

Post a Comment

Previous Post Next Post
Header ADS