Header ADS

ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ମସ୍ତକରେ ଜଳାଭିଷେକ କଲେ ହଜାର ହଜାର କାଉଡ଼ିଆ ଭକ୍ତ।

 ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ମସ୍ତକରେ ଜଳାଭିଷେକ କଲେ ହଜାର ହଜାର କାଉଡ଼ିଆ ଭକ୍ତ।



ନୀଳଗିରି,୨୧/୭(ଓଡ଼ିଶା ଆଦର୍ଶ):ଶ୍ରାବଣର ଦ୍ଵିତୀୟ ସୋମବାର ଅବସରରେ ହଜାର ହଜାର କାଉଡ଼ିଆ ଭକ୍ତ ଶୁଦ୍ଧପୂତ ଭାବରେ ବିଭିନ୍ନ ଜଳଉତ୍ସରୁ ପବିତ୍ର ଜଳଗ୍ରହଣ କରି କାନ୍ଧରେ ଜଳଭାର ନେଇ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵରଙ୍କ ମସ୍ତକରେ ଜଳାଭିଷେକ କରିବାପାଇଁ ଲମ୍ବାଧାଡ଼ିରେ ଯାଉଥିବା ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁଙ୍କ ବୋଲବମ୍ ଧ୍ବନିରେ ପରିବେଶ ଭକ୍ତିମୟ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ରାସ୍ତାର ବିଭିନ୍ନ ସ୍ଥାନରେ ନିଃଶୁଳ୍କ ଖାଦ୍ୟପେୟ ବିତରଣ କରାଯାଉଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ପଞ୍ଚଲିଙ୍ଗେଶ୍ଵର ଟ୍ରଷ୍ଟବୋର୍ଡ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାଗ୍ରହଣ କରାଯାଇଥିବା ପୋଲିସ ପ୍ରଶାସନ ତରଫରୁ ଭିନ୍ନଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି। ଏତଦ୍ଭିନ୍ନ ଦୋକାନୀସଂଘ ତରଫରୁ ଭକ୍ତଙ୍କ ସହାୟତା ପାଇଁ ସାହାଯ୍ୟର ହାତବଢାଇବାକୁ ସଂଘ ନିଷ୍ପତ୍ତି ନେଇଥିବା ବେଳେ ଶୃଙ୍ଖଳିତ ଜଳାଭିଷେକ କରିବାପାଇଁ ପ୍ରଶାସନ ଏବଂ ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ସୂଚନା ମିଳିଛି।

Post a Comment

Previous Post Next Post
Header ADS