Header ADS

ନୀଳଗିରି ଗଡ଼ଜାତ ସେନା ପକ୍ଷରୁ ବିଶାଳ ରକ୍ତଦାନ ଶିବିର ୧୦୫ୟୁନିଟ ରକ୍ତସଂଗ୍ରହ

 ନୀଳଗିରି ଗଡ଼ଜାତ ସେନା ପକ୍ଷରୁ ବିଶାଳ ରକ୍ତଦାନ ଶିବିର

୧୦୫ୟୁନିଟ ରକ୍ତସଂଗ୍ରହ



ନୀଳଗିରି ,୨୭/୭(ମିଏସ): ନୀଳଗିରି ଗଡ଼ଜାତ ସେନା ଏବଂ ବାଲେଶ୍ୱର ମାରୁଆଡି ଯୁବମଞ୍ଚ ତରଫରୁ ୨୭ତାରିଖ ରବିବାର ନୀଳଗିରି ନିଜଗଡ ସ୍ଥିତ ଆଦିବାସୀ ଶିକ୍ଷଣ ସାଧନକେନ୍ଦ୍ର ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୧୦୫ୟୁନିଟ ରକ୍ତସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ପୂର୍ବାହ୍ନ ୯ଘଟିକା ସମୟରେ ନୀଳଗିରି ଏସଡିପିଓ ପ୍ରମୋଦ ମଲ୍ଲିକ ଉପସ୍ଥିତ ରହି ଶିବିରକୁ ଫିତାକାତି ଉଦ୍ଘାଟନ କରିଥିଲେ। ନୀଳଗିରି ଅଞ୍ଚଳରୁ ବହୁଯୁବକ ଉପସ୍ଥିତ ରହି ରକ୍ତଦାନ କରିଥିବା ବେଳେ ଡ଼ାକ୍ତର ତ୍ରିନାଥ ପାଲଙ୍କ ତତ୍ତ୍ୱାବଧାନରେ ଟେକନିସିଆନ ସରୋଜ ପଶା, ରାଜେଶ ଦାସ, ନର୍ସିଂଷ୍ଟାପ ମଞ୍ଜରୀ ବେହେରା, ସଂଗ୍ରାମ ମହାପାତ୍ର, ଗତିକୃଷ୍ଣ ମହାନ୍ତି, ରାଜେନ୍ଦ୍ର ବେହେରା ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ନୀଳଗିରି ଗଡ଼ଜାତ ସେନାର ସଭାପତି ନିଗମ ମହାପାତ୍ର, ଉପସଭାପତି ଜୟନ୍ତ ପାତ୍ର, ସମ୍ପାଦକ ହିମାଂଶୁ ପୃଷ୍ଟି, ଆଇନ ଉପଦେଷ୍ଟା ସଞ୍ଜୟ ଜେନା, ପରାମର୍ଶଦାତା ଡ଼ଃ ଓମପ୍ରକାଶ ପଣ୍ଡା, ସଦସ୍ୟ ଅମୀୟ ଖମାର, ଚନ୍ଦନ କୁମାର ଦାସ, ସୁରେଶ ପୁଥାଳ, ଜୟରାମ ପାତ୍ର, ବୁଲବୁଲ ପଣ୍ଡା, ବିଜୟ ସିଂ, ଗଣେଶ୍ୱର ବିଶ୍ୱାଳ, ଚନ୍ଦ୍ରଶେଖର ମହାଳିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Post a Comment

Previous Post Next Post
Header ADS