Header ADS

ଯାତ୍ରା ପାର୍ଟି ମାଲିକ ଙ୍କ ମନମାନି ତଥା ବିଭିନ୍ନ ସମସ୍ୟା କୁ ନେଇ ଯାତ୍ରା କମିଟି ମହାସଂଘ, ନୀଳଗିରି ଉପଖଣ୍ଡ ଶାଖା ର ସମ୍ବାଦଦାତା ସମ୍ମିଳନୀ

 ଯାତ୍ରା ପାର୍ଟି ମାଲିକ ଙ୍କ ମନମାନି ତଥା ବିଭିନ୍ନ ସମସ୍ୟା କୁ ନେଇ ଯାତ୍ରା କମିଟି ମହାସଂଘ, ନୀଳଗିରି ଉପଖଣ୍ଡ ଶାଖା ର ସମ୍ବାଦଦାତା ସମ୍ମିଳନୀ



ନୀଳଗିରି,୨୮/୭(ଓଡ଼ିଶା ଆଦର୍ଶ):ଯାତ୍ରା ଆମୋଦ ପ୍ରମୋଦର ଏକ ମାଧ୍ୟମ ହୋଇଥିବା ବେଳେ,ଯାତ୍ରା ପାର୍ଟି ମାଲିକ ମାନେ ରାତ୍ରୀ ପ୍ରତି ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁଁ କଳା ପ୍ରେମୀ ଦର୍ଶକ ଯାତ୍ରା ଦେଖିବାରୁ ବଞ୍ଚିତ ହେଉଛନ୍ତି। ପ୍ରତି ଟିକେଟ ପିଛା ୩ ଶହ/୪ଶହ ଟଙ୍କାର ଟିକେଟ କିଣି ଯାତ୍ରା ଦେଖିବା , ସେମାନଙ୍କୁ ବେଶ୍ ମହଙ୍ଗା ପଡ଼ିବା ସହିତ ଯାତ୍ରା କମିଟି ଅତ୍ୟଧିକ ଆର୍ଥିକ ବୋଝ ର ଲଗାତର ସମ୍ମୁଖୀନ ହେଉଛନ୍ତି।ସେହି ଉଦ୍ଦେଶ୍ୟ ନେଇ ରବିବାର ପୂର୍ବାହ୍ନ ରେ, ନୀଳଗିରି ଏନ୍ ଏ ସି କଲ୍ୟାଣ ମଣ୍ଡପ ପରିସର ରେ,ଯାତ୍ରା କମିଟି ମହାସଂଘ, ନୀଳଗିରି ଉପଖଣ୍ଡ ଶାଖା ର ଏକ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସେନେଇ ଓଡିଶା ଯାତ୍ରା କମିଟି ମହା ସଂଘ ଅଣ୍ଟା ଭିଡ଼ିଛି ।ଏହି ପରିପ୍ରେକ୍ଷୀରେ ନୀଳଗିରି ନୀଳଗିରି ବ୍ଳକ ର ବିଭିନ୍ନ ସ୍ଥାନରେ ଥିବା ଯାତ୍ରା କମିଟି ର ସଭାପତି , ସମ୍ପାଦକ ଓ ସଦସ୍ୟ ମାନେ ଏକଜୁଟ ହୋଇଥିଲେ। ନୀଳଗିରି ସ୍ଵର୍ଣଚୂଡ଼ ଯାତ୍ରା କମିଟିର ସମ୍ପାଦକ ରଶ୍ମିରଞ୍ଜନ ରାଉତ ଙ୍କ ଆବାହକତ୍ଵ ରେ ଉକ୍ତ ସମ୍ମିଳନୀ ର ଆୟୋଜନ କରାଯାଇ ଥିଲା। ଆୟୋଜିତ ସଭା ରେ ଜଗଦ୍ଧାତ୍ରୀ ଯାତ୍ରା କମିଟି ର ସଭାପତି ଅଗଣି ସାହୁ ସଭାପତିତ୍ବ କରିଥିଲାବେଳେ, ଆବାହକ ଶ୍ରୀ ରାଉତ,ଅତିଥି ପରିଚୟ ପ୍ରଦାନ ଓ ମଞ୍ଚ ପରିଚାଳନା କରିଥିଲେ।ମଞ୍ଚସିନ ଅତିଥି ମାନଙ୍କ ମଧ୍ୟରେ କୁରୁଡ଼ା ଯାତ୍ରା କମିଟିର ସଭାପତି ରାଜେନ୍ଦ୍ର କୁମାର ରାଉତ, ଅଜୟ କୁମାର ମହାପାତ୍ର,ପୋଡ଼ଶୂଳ ଯାତ୍ରା କମିଟି ସଭାପତି କୈଳାଶ ଚନ୍ଦ୍ର ମହାନ୍ତି, ପଞ୍ଚଲିଙ୍ଗେଶ୍ୱର ଯାତ୍ରା କମିଟିର ସଭାପତି ବସନ୍ତ କୁମାର ରାଉଳ, ମଞ୍ଚାସୀନ ଥାଇ ଯାତ୍ରା ମାଲିକ ଏବଂ ଦର୍ଶକ ମାନଙ୍କ ସମସ୍ୟା ସମ୍ପର୍କରେ ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ ।ନୀଳଗିରି ସ୍ଵର୍ଣଚୂଡ଼ ଯାତ୍ରା କମିଟି, ଅଯୋଧ୍ୟା ଯାତ୍ରା କମିଟି,ସନ୍ତରାଗଡିଆ ଯାତ୍ରା କମିଟି, ପଞ୍ଚଲିଙ୍ଗେଶ୍ୱର ଯାତ୍ରା କମିଟି,କୁରୁଡ଼ା ଯାତ୍ରା କମିଟି, ମିତ୍ରପୁର ଯାତ୍ରା କମିଟି, ପୋଡ଼ଶୂଳ ଯାତ୍ରା କମିଟି, ଅଯୋଧ୍ୟା ଯାତ୍ରା କମିଟି, ପ୍ରମୁଖ ସଂଘ ର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଆଇନଜୀବି ସୋମନ୍ନାଥ ନାୟକ, ଦେବବ୍ରତ, ସୁଶାନ୍ତ ପରିଡ଼ା,ଅଜୟ ମହାପାତ୍ର, ଅନିରୁଦ୍ଧ ସେନାପତି, ହରେକୃଷ୍ଣ ନାୟକ, ରାଜୀବ କୁମାର ମହାପାତ୍ର, ମନୋରଞ୍ଜନ ମୁନି, ଅନିରୁଦ୍ଧ ମହାପାତ୍ର ପ୍ରମୁଖ ଶତାଧିକ ସଦସ୍ୟ ଉପସ୍ଥିତ ରହି ଯାତ୍ରାରେ ଦର୍ଶକ ମାନଙ୍କ ସମସ୍ୟାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ | ପରବର୍ତ୍ତୀ ସମୟରେ ଓଡିଶା ଯାତ୍ରା ମହାସଂଘର ନିଷ୍ପତ୍ତି ଅନୁସାରେ ରେଟ ଫିକ୍ସ ହେବା ପରେ, ଯାତ୍ରା ପାର୍ଟି କୁ ଯାତ୍ରା ପାର୍ଟି ବୁକ୍ କରିବାକୁ ନେଇ ସର୍ବ ସମ୍ମତିରେ ମତ ପ୍ରକାଶ ପାଇଥିଲା ।ଏବଂ ସଂଘର ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ଯାତ୍ରା ପାର୍ଟି କୁ ଅଣାଯିବ ନାହିଁ ବୋଲି, ଏହି ସମ୍ବାଦ ଦାତା ସମ୍ମିଳନୀରେ ମଞ୍ଚାସୀନ କାର୍ଯ୍ୟକର୍ତ୍ତା ମାନଙ୍କ ନିଷ୍ପତ୍ତି କୁ ଉପସ୍ଥିତ କମିଟି ସଦସ୍ୟ ମାନେ ସ୍ୱାଗତ କରି ଥିବା ଦେଖାଯାଇଛି।ତେବେ ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ବ୍ଳକ ସ୍ତରୀୟ, ପରେ ଜିଲ୍ଲା ସ୍ତରୀୟ ସମୀକ୍ଷା ହେବ ବୋଲି ଯାତ୍ରା କମିଟି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Post a Comment

أحدث أقدم
Header ADS