Header ADS

ବାଉଁଶନାଳରେ ଡାଇରିଆ ସଚେତନତା

 ବାଉଁଶନାଳରେ ଡାଇରିଆ ସଚେତନତା


ନୀଳଗିରି,୨୫/୬(ଓଡ଼ିଶା ଆଦର୍ଶ): ନୀଳଗିରି ବ୍ଲକ୍ ଅନ୍ତର୍ଗତ ଜଡ଼ିଦା ପଞ୍ଚାୟତ ବାଉଁଶନାଳ ଗ୍ରାମର ପାଞ୍ଚଟି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଦ୍ବାରା ଡାଇରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଇସି ପ୍ରମିଳା ନାୟକ, ସତ୍ୟସ୍ମିତା ରାଉତ, କଳ୍ପନା ନାୟକଙ୍କ ନେତୃତ୍ବରେ ଜଡ଼ିଦା ପଞ୍ଚାୟତର ବାଉଁଶନାଳ ଗାଁରେ ପାଞ୍ଚଟି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟା ମାନଙ୍କୁ ନେଇ ଡାଇରିଆ ସଚେତନତା କରାଯାଇଥିଲା। ମହିଳା ମାନେ ଘରେ ଘରେ ବୁଲି ଲୋକଙ୍କୁ ସାବୁନ ରେ ହାତ ଧୋଇ ଖାଇବା, ପାଣିକୁ ଫୁଟାଇ ଥଣ୍ଡା କରି ପିଇବା, ହଲୋଜିନ ବଟିକା ପାଣିରେ ମିଶାଇ ଘଣ୍ଟାଏ ପରେ ପିଇବା, ୩ଥରରୁ ଅଧିକ ଝାଡ଼ା ହେଲେ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବାକୁ ଆଦି ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମା ଗାୟତ୍ରୀ, ମା ମଙ୍ଗଳା, ମା ବାଗଦେବି, ମା ଶାରଳା ଏବଂ ମା ତାରିଣି ସ୍ଵୟଂ ସହାୟକ ଗୋଷ୍ଠୀରୁ ପୁଷ୍ପିତା ନାୟକ, ସଞ୍ଜୁଲତା ମହାକୁଡ଼, ପୁଷ୍ପଲତା ନାୟକ, ଝରଣା ନାୟକ, ପାର୍ବତୀ ନାୟକ, ରଶ୍ମି ରଞ୍ଜିତା ମହାକୁଡ଼, ମିନାକ୍ଷୀ ନାୟକ, ତାପଶି ମହାକୁଡ଼, ସରସ୍ଵତୀ ନାୟକ, ବନ୍ଦିତା ଲେଙ୍କା, ମଞ୍ଜୁଲତା ଷଡ଼ଙ୍ଗୀ, ସୁବାସ ମଞ୍ଜରୀ ନାୟକ, ହରପ୍ରିୟା ନାୟକ ସଦସ୍ୟା ପ୍ରମୁଖ ସାମିଲ ଥିଲେ।

Post a Comment

أحدث أقدم
Header ADS