ନୀଳଗିରିରେ ଏନ୍ଏ ସି ଓ ବ୍ଲକ ପକ୍ଷରୁ ମିଳିତ ଭାବେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ନୀଳଗିରି,୨୧/୦୬(ଓଡ଼ିଶା ଆଦର୍ଶ):ସମଗ୍ର ବିଶ୍ଵ ତଥା ଭାରତ ବର୍ଷ ର କୋଣ ଅନୁକୋଣ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇ ଯାଇଛି।ସେହି କ୍ରମ ରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ କୁ ବାଲେଶ୍ଵର ଜିଲ୍ଲା, ନୀଳଗିରି ଇଣ୍ଡୋର ଷ୍ଟାଡିୟମ ପରିସରରେ,ନୀଳଗିରି ବ୍ଲକ ଓ ନୀଳଗିରି ଏନ୍ ଏ ସି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆ, ଏନ୍ ଏ ସି ଅଧ୍ୟକ୍ଷ, ମହେନ୍ଦ୍ର ନାଥ ବେହେରା,ବିଡ଼ିଓ, ବିକ୍ରମ କେଶରୀ ପରିଡ଼ା,ଏନଏସି ନିର୍ବାହୀ ଅଧିକାରୀ,ଅଂଶୁମାନ ପରିଡ଼ା,ବିଭିନ୍ନ ବିଭାଗର ଅଧିକାରୀ,କର୍ମଚାରୀ,ଅଞ୍ଚଳବାସୀ ଏହି ଯୋଗ ଦିବସରେ ଏକତ୍ର ହୋଇ ଯୋଗ କରିବା ଦେଖା ଯାଇଛି। ଯୋଗଗୁରୁ ଯୋଗ କିଭଳି କରିବାକୁ ହୁଏ ସୂଚନା ଦେଇଥିବା ବେଳେ, ବିଧାୟକ,ଦେହ ଓ ମନ କୁ ସୁସ୍ଥ ରଖିବାକୁ ହେଲେ ଯୋଗ ସମସ୍ତେ କରିବା ଦରକାର ବୋଲି କହିଥିଲେ ।ତେବେ ପ୍ରକାଶ ଥାଉକି, ଯୋଗ ଦିବସ ପାଇଁ ପ୍ରତିବର୍ଷ ଏକ ଭିନ୍ନ ଥିମ୍ ସ୍ଥିର ହୋଇଥାଏ । ଚଳିତ ବର୍ଷର ଥିମ୍ ହେଉଛି "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ"।୨୦୧୫ ମସିହା ଜୁନ ୨୧ରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା। ସେହି ଠାରୁ କ୍ରମାଗତ ଭାବେ,ଉକ୍ତ ଯୋଗ ଦିବସ ପାଳନ ହୋଇ ଆସୁଛି।
إرسال تعليق