Header ADS

ନିଳଗିରି ବ୍ଲକ କଂଗ୍ରେସ ସାଧାରଣ ସଂପାଦକଙ୍କ ଦେହାନ୍ତ।

 ନିଳଗିରି ବ୍ଲକ କଂଗ୍ରେସ ସାଧାରଣ ସଂପାଦକଙ୍କ ଦେହାନ୍ତ।



ନୀଳଗିରି,୨୨/୫(ଓଡ଼ିଶା ଆଦର୍ଶ):ବହୁ ପୁରୁଣା କଂଗ୍ରେସ ଦଳର ନେତା ତଥା ନିଳଗିରି ବ୍ଲକ ର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ବେହେରାଙ୍କ ପରଲୋକ ଘଟିଛି। କିଛି ଦିନ ଧରି ଦେହ ଅସୁସ୍ଥ ହୋଇଥିବା ବେଳେ ହୃଦଘାତରେ ମଧ୍ୟ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ବୁଧବାର ଦିନ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଭୁବନେଶ୍ୱର ଏକ ଘୋରୋଇ ମେଡ଼ିକାଲକୁ ନେଇଥିଲେ। ଚିକିତ୍ସିତ ଅବସ୍ଥାରେ ଗୁରୁବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ଦୁଃଖଦ ଖବର ଶୁଣିବା ପରେ ନିଳଗିରି ଅଞ୍ଚଳରେ ଏକ ଶୋକ ର ଛାୟା ଖେଳିଯାଇଛି। ନିଳଗିରି କଂଗ୍ରେସ ମହଲରେ ମଧ୍ୟ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ତେବେ ପ୍ରଫୁଲ୍ଲ ଙ୍କ ପାର୍ଥିବ ଶରୀରକୁ ନୀଳଗିରି ବଜାର ପରିକ୍ରମା କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କର (୬୭) ବର୍ଷ ହୋଇଥିଲା।

Post a Comment

أحدث أقدم
Header ADS