Header ADS

ପଞ୍ଚଲିଙ୍ଗେଶ୍ଵର ପୀଠରେ ପର୍ଯ୍ୟଟକଙ୍କୁ ମାଡ। ଥାନାରେ ଅଭିଯୋଗ

ପଞ୍ଚଲିଙ୍ଗେଶ୍ଵର ପୀଠରେ ପର୍ଯ୍ୟଟକଙ୍କୁ ମାଡ। ଥାନାରେ ଅଭିଯୋଗ



ନୀଳଗିରି ,୧୫/୫(ଓଡ଼ିଶା ଆଦର୍ଶ):ଉତ୍ତର ଓଡ଼ିଶାର ପ୍ରସିଦ୍ଧବାବା ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ବୁଲିବାକୁ ଆସି ମାଡ଼ର ଶିକାର ହୋଇଛନ୍ତି ପର୍ଯ୍ୟଟକ। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ହସ୍ତଗତ ସୂଚନା ରୁ ଜଣାପଡ଼ିଛି ଯାଜପୁର ଟାଉନ ବଉଳମୂଳ ଅଞ୍ଚଳର ପଞ୍ଚାନନ ବେହେରା(୬୦)ମଙ୍ଗଳବାର ନିଜ ପରିବାର ସହିତ ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସିଥିଲେ। ବାବାଙ୍କ ଦର୍ଶନ ସାରି ତଳକୁ ଆସି ଈଶ୍ୱରପୁର ଫାଣ୍ଡି ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୋପ ଗ୍ରାମର ବୁଲବୁଲ ସେଠୀ ନାମକ ଯୁବକ ପଞ୍ଚଲିଙ୍ଗେଶ୍ଵର ପୀଠରେ କରିଥିବା ଦୋକାନରେ ଏହି ପର୍ଯ୍ୟଟକ ମାନେ ଥଣ୍ଡା ଥଣ୍ଡା ପିଇଥିଲେ। ଥଣ୍ଡା ପିଇ ସରିବାପରେ ପଇସା ଦେବାରୁ ଥଣ୍ଡା ପିଛା ୧୫ଟଙ୍କା ଦୋକାନୀ ଦାବୀ କରିବାରୁ ଥଣ୍ଡାର ମୂଲ୍ୟ ୧୦ଟଙ୍କା ଥିବାରୁ ୧୫ଟଙ୍କା କାହିଁକି ନେବ ବୋଲି ଉଭୟ ଦୋକାନୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ପର୍ଯ୍ୟଟକଙ୍କ ତରଫରୁ ୧୪୫ଟଙ୍କା ଦୋକାନୀ ଦାବୀ କରିଥିବା ବେଳେ, ଏହି ପର୍ଯ୍ୟଟକ ମାନେ ସମସ୍ତ ଟଙ୍କା ପୈଠ କରିଥିଲେ ହେଁ ଉଭୟଙ୍କ ବଚସା ମଧ୍ୟରେ ଦୋକାନୀ ଓ ପାଖରେ ଦୋକାନ କରିଥିବା ଅନ୍ୟକିଛି ଦୋକାନୀ ସଂଘବଦ୍ଧ ଭାବେ ଠେଙ୍ଗା ଓ ବିଧାରେ ଆକ୍ରମଣ କରିଥିବା ନେଇ ପଞ୍ଚାନନ ବେହେରାଙ୍କ ପୁତ୍ର ବଧୂ ସଂଘମିତ୍ରା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଦୀର୍ଘସମୟ ଧରି ଦୋକାନୀମାନେ ପର୍ଯ୍ୟଟକଙ୍କୁ ଅଟକାଇ ଧମକଦେବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହି ଆକ୍ରମଣରେ ପଞ୍ଚାନନ ବେହେରାଙ୍କ ସମେତ ସ୍ତ୍ରୀ କବିତା, ବଡ଼ପୁଅ ଶଙ୍କର୍ଷଣ , ସ୍ତ୍ରୀ ରଞ୍ଜିତା, ସାନପୁଅ ଶିବପ୍ରସାଦ, ସ୍ତ୍ରୀ ସଂଘମିତ୍ରା, ମାଉସୀ ସବିତା, ଶିବପ୍ରସାଦ ଙ୍କ ପୁଅ ଅତୁଲ୍ୟ, ୨ବର୍ଷରଝିଅ ସୌମଶ୍ରୀ ଶିକାର ହୋଇଛନ୍ତି। ଖବରପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରି ନୀଳଗିରି ମେଡିକାଲରେ ଚିକିତ୍ସା କରାଇବା ପରେ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା | ଅଭିଯୋଗ ମୂଳେ ନୀଳଗିରି ଥାନା ପକ୍ଷରୁ ୧୭୦/୨୫ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ।ଏଠାରେ ସୂଚନା ଯୋଗ୍ୟ ଉକ୍ତ ଶୈବ ପୀଠରେ ପର୍ଯ୍ୟଟକ ମାନେ ବାରମ୍ବାର ଏଭଳି ଆକ୍ରମଣର ଶିକାରକୁ ନେଇ ଅଭିଯୋଗ ହୋଇଆସୁଥିଲେ ହେଁ କୌଣସି ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଦୋକାନୀଙ୍କ ପ୍ରାର୍ଦ୍ରୁଭବ ବଢ଼ିଚାଲିଛି | ଏତାଦୃଶ କାର୍ଯ୍ୟପାଇଁ ନୀଳଗିରି ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ନିନ୍ଦା କରିଛନ୍ତି। ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଉପରେ ଏଭଳି ଆକ୍ରମଣ ଏବଂ ଦବଙ୍ଗଗିରି ବୃଦ୍ଧିପାଇଲେ ପଞ୍ଚଲିଙ୍ଗେଶ୍ଵର ପୀଠକୁ ଦଶର୍ନାଥୀଙ୍କ ସଂଖ୍ୟା କମିବାର ଆଶଙ୍କା ସୃଷ୍ଟି ହୋଇଛି | ଫଳରେ ଯଥେଷ୍ଟ ରାଜସ୍ବହାନୀ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏନେଇ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲାପାଳ ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହୋଇଛି।

Post a Comment

أحدث أقدم
Header ADS